ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ନାଁରେ ନାମିତ ହେବ ହ୍ୱିଲର ଦ୍ୱୀପ

ଭୁବନେଶ୍ୱର: ମିସାଇଲ ମ୍ୟାନ୍ ତଥା ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ନାଁରେ ଭଦ୍ରକର ହ୍ୱିଲର ଆଇଲାଣ୍ଡ ନାମିତ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି। ବଙ୍ଗୋପସାଗରରେ ରହିଛି ହ୍ୱିଲର ଦ୍ୱୀପ। ଏଠାରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା-ଡିଆରଡିଓ ପକ୍ଷରୁ ଅଧିକାଂଶ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥାଏ। ଭାରତର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଜନକ କୁହାଯାଉଥିବା କଲାମ୍ ଏହି ସ୍ଥାନ ସହ ସିଧାସଳଖ ଭାବେ ଜଡିତ ଥିଲେ। କାଲାମଙ୍କ ଅନୁରୋଧ କ୍ରମେ […]

kalam

Rakesh Mallick
  • Published: Friday, 04 September 2015
  • , Updated: 04 September 2015, 02:52 PM IST

ଭୁବନେଶ୍ୱର: ମିସାଇଲ ମ୍ୟାନ୍ ତଥା ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ନାଁରେ ଭଦ୍ରକର ହ୍ୱିଲର ଆଇଲାଣ୍ଡ ନାମିତ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି। ବଙ୍ଗୋପସାଗରରେ ରହିଛି ହ୍ୱିଲର ଦ୍ୱୀପ। ଏଠାରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା-ଡିଆରଡିଓ ପକ୍ଷରୁ ଅଧିକାଂଶ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥାଏ। ଭାରତର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଜନକ କୁହାଯାଉଥିବା କଲାମ୍ ଏହି ସ୍ଥାନ ସହ ସିଧାସଳଖ ଭାବେ ଜଡିତ ଥିଲେ।

କାଲାମଙ୍କ ଅନୁରୋଧ କ୍ରମେ ହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ହ୍ୱିଲର ଦ୍ୱୀପରେ କ୍ଷେପଣାସ୍ତ୍ର ଘାଟି ସ୍ଥାପନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଅନୁମତି ଦେଇଥିଲେ । ସେହିପରି ଏହି ସ୍ଥାନରୁ ମଧ୍ୟ ‘ମାଇଁ ଜର୍ଣ୍ଣି’ ପୁସ୍ତକ ଲେଖିବା ପାଇଁ କଲାମଙ୍କୁ ପ୍ରେରଣା ମିଳିଥିଲା। ହ୍ୱିଲର ଦ୍ୱୀପକୁ ସେ ତାଙ୍କର ଥିଏଟର ଅଫ୍ ଆକ୍ସନ ଭାବେ ମଧ୍ୟ ବର୍ଣ୍ଣନା କରିଥିଲେ। କଲାମଙ୍କୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ଦ୍ୱୀପକୁ ତାଙ୍କ ନାଁରେ ନାମିତ କରିଛନ୍ତି।

Related story