ବଡମ୍ବାରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଜନଶୁଣାଣି

ନରସିଂହପୁର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବଡମ୍ୱା ବ୍ଲକରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଆଠଗଡ଼ ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏହି ଜନଶୁଣାଣି ହୋଇଥିଲା। କାର୍ଯ୍ୟକ୍ରମରେ ୩୮ଟି ପଞ୍ଚାୟତର ଲୋକ ପ୍ରତିନିଧି ସହ ବ୍ଲକ କର୍ମଚାରୀମାନେ ଯୋଗ ଦେଇଥିଲେ। ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଉପଜିଲ୍ଲାପାଳ ପଚାରି ବୁଝିଥିଲେ।