ସଙ୍ଗରୋଧ ସେଣ୍ଟର ସମ୍ମୁଖରେ ହଟ୍ଟଗୋଳ, ବିରୋଧ ପରେ ପ୍ରବାସୀଙ୍କୁ ସ୍ଥାନାନ୍ତର

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ବିରୋଧ ପରେ ପ୍ରବାସୀ ଶ୍ରମିକଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଅନ୍ୟତ୍ର ସ୍ଥାନାନ୍ତର କରାଇଲେ ସ୍ଥାନୀୟ ଲୋକେ। ସେପଟେ ବେଆଇନ ଭାବେ ଶ୍ରମିକଙ୍କୁ ଆଣିଥିବାରୁ,କରଞ୍ଜିଆ ଥାନାରେ ବସକୁ ଅଟକ ରଖି ଡ୍ରାଇଭର ନାଁରେ ମାମଲା କରିଛି ପୁଲିସ।  ସେପଟେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ କଥାରେ ସମ୍ପୃକ୍ତ ପ୍ରବାସୀଶ୍ରମିକଙ୍କୁ ବସରେ ଆଣିଥିବା କହିଛନ୍ତି ବସ ଡ୍ରାଇଭର । ସୂଚନା ଅନୁଯାୟୀ, ବାହାର ରାଜ୍ୟରେ କାମ କରୁଥିବା କିଛି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଗତ ରବିବାର ରାତିରେ OSRTCର […]

bnm

Tapas Behera
  • Published: Tuesday, 12 May 2020
  • , Updated: 12 May 2020, 04:02 PM IST

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ବିରୋଧ ପରେ ପ୍ରବାସୀ ଶ୍ରମିକଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଅନ୍ୟତ୍ର ସ୍ଥାନାନ୍ତର କରାଇଲେ ସ୍ଥାନୀୟ ଲୋକେ। ସେପଟେ ବେଆଇନ ଭାବେ ଶ୍ରମିକଙ୍କୁ ଆଣିଥିବାରୁ,କରଞ୍ଜିଆ ଥାନାରେ ବସକୁ ଅଟକ ରଖି ଡ୍ରାଇଭର ନାଁରେ ମାମଲା କରିଛି ପୁଲିସ।  ସେପଟେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ କଥାରେ ସମ୍ପୃକ୍ତ ପ୍ରବାସୀଶ୍ରମିକଙ୍କୁ ବସରେ ଆଣିଥିବା କହିଛନ୍ତି ବସ ଡ୍ରାଇଭର ।

ସୂଚନା ଅନୁଯାୟୀ, ବାହାର ରାଜ୍ୟରେ କାମ କରୁଥିବା କିଛି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଗତ ରବିବାର ରାତିରେ OSRTCର ଏକ ସରକାରୀ ବସ ବରଗଡ଼ରୁ ବାରିପଦା ଯାଉଥିଲା। ତେବେ କରଞ୍ଜିଆ ଥାନା ଚଢେଇଭୋଳ ଫାଣ୍ଡି ପୁଲିସ ଓ ସ୍ଥାନୀୟ ପ୍ରଶାସନ ପାଟ୍ରୋଲିଂ ସମୟରେ ସମ୍ପୃକ୍ତ ବସରେ ବେଆଇନ ଭାବେ ପ୍ରାୟ ୨୮ଜଣ ପଶ୍ଚିମବଙ୍ଗୀୟ ଶ୍ରମିକ ଯାଉଥିବାର ଜଣାପଡିଲା।

ଫଳରେ ସ୍ଥାନୀୟ ପ୍ରଶାସନ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରି ବସରେ ଥିବା ଜିଲ୍ଲାର ୨୩ଜଣ ପ୍ରବାସୀ ଶ୍ରମିକଙ୍କୁ ରାତିରେ ହିଁ ଅନ୍ୟ ଏକ ଗାଡ଼ିରେ ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଛାଡ଼ିବାକୁ ନେଇଥିଲେ। ଆଉ ବେଆଇନ ଭାବେ ଆସିଥିବା ୨୮ଜଣ ପଶ୍ଚିମବଙ୍ଗୀୟ ଶ୍ରମିକ ଓ ସମ୍ପୃକ୍ତ ସରକାରୀ ବସକୁ ରାତିରେ ହିଁ ଚଢେଇଭୋଳ ହାଇସ୍କୁଲରେ ରଖିବାର ବ୍ୟବସ୍ଥା କରାଯାଇଥିଲା ।

ତେବେ ଏ ବାବଦରେ ଖବରପାଇ କିଛି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଗତକାଲି ଦିନବେଳୁ ଏ ପ୍ରକାର କ୍ୱାରେଣ୍ଟାଇନ୍‌କୁ ବିରୋଧ କରିଥିଲେ। ତେବେ ଗତକାଲି ଅପରାହ୍ନରେ କରଞ୍ଜିଆ ଏସ୍‌ଡିପିଓ, ତହସିଲଦାର ଓ ବିଡ଼ିଓ ସମ୍ପୃକ୍ତ ଶ୍ରମିକ ଓ ସେଣ୍ଟର ସ୍ଥିତି ବୁଝିବାକୁ ଯାଇଥିଲେ। ଏମାନଙ୍କୁ ଦେଖି, ୫୦ରୁ ଊର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇ ଦୀର୍ଘସମୟ ଧରି ସେହି ଶ୍ରମିକମାନଙ୍କର କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଜୋରଦାର ବିରୋଧ କରିଥିଲେ। ଏହି ଶ୍ରମିକମାନଙ୍କୁ ଏଠାରୁ ନେଇଯାଅ ବୋଲି ଦାବି କରିଥିଲେ। ଫଳରେ ବାଧ୍ୟହୋଇ ଗତ ସନ୍ଧ୍ୟାରେ କରଞ୍ଜିଆ ବ୍ଲକ ପ୍ରଶାସନ ଚଢେଇଭୋଳ କ୍ୱାରେଣ୍ଟାଇନ୍‌ରୁ ଆଉ ୧୦କିମି ଦୂର ସିଙ୍ଗିଡା ହାଇସ୍କୁଲକୁ ସ୍ଥାନାନ୍ତର କରିଥିଲା ପ୍ରଶାସନ।

Related story