ପୁଲିସ୍‌ର ପିସିଆର୍ ବାଇକ୍‌କୁ ଘେରିଲେ ଲୋକେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। ତେବେ ଆଜି ରାଉରକେଲା ସହରର ମୁଖ୍ୟ ମାର୍ଗରେ ପିସିଆର ବାଇକ୍‌ର ବେଆଇନ ପାର୍କିଂକୁ ନେଇ ସ୍ଥାନୀୟ ଲୋକେ ପୁଲିସ୍‌କୁ ଘେରିଥିଲେ। ଫଳରେ ପୁଲିସ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ସୃଷ୍ଟି ହୋଇଥିଲା। ଆଜି ଦିନ ପ୍ରାୟ ୧୧ଟା ବେଳେ  ପାଟ୍ରୋଲିଂରେ ଥିବା ଏକ ପିସିଆର ବାଇକ୍‌ ରାଉରକେଲା ସ୍ଥିତ ମୁଖ୍ୟ ମାର୍ଗରେ ଥିବା ଇନ୍ଦିରା […]

PCR

Jyoshna Pradhan
  • Published: Monday, 09 September 2019
  • , Updated: 09 September 2019, 04:36 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। ତେବେ ଆଜି ରାଉରକେଲା ସହରର ମୁଖ୍ୟ ମାର୍ଗରେ ପିସିଆର ବାଇକ୍‌ର ବେଆଇନ ପାର୍କିଂକୁ ନେଇ ସ୍ଥାନୀୟ ଲୋକେ ପୁଲିସ୍‌କୁ ଘେରିଥିଲେ। ଫଳରେ ପୁଲିସ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ସୃଷ୍ଟି ହୋଇଥିଲା।

ଆଜି ଦିନ ପ୍ରାୟ ୧୧ଟା ବେଳେ  ପାଟ୍ରୋଲିଂରେ ଥିବା ଏକ ପିସିଆର ବାଇକ୍‌ ରାଉରକେଲା ସ୍ଥିତ ମୁଖ୍ୟ ମାର୍ଗରେ ଥିବା ଇନ୍ଦିରା ଟେକ୍ସଟାଇଲ୍‌ ସାମ୍ନାରେ ଭୁଲ ଜାଗାରେ ପାର୍କିଂ କରିଥିଲା। ଏହାପରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଘେରିଥିଲେ। ନୂଆ ନିୟମକୁ ପୁଲିସ୍‌ ପ୍ରଥମେ ମାନିବା କଥା ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ପୁଲିସ୍‌ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଥିଲା। ପ୍ଲାଣ୍ଟସାଇଟ୍‌ ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଅନ୍ୟପକ୍ଷରେ ଆଜି ରାଉରକେଲା ଟ୍ରାଫିକ ଟାୱାରରେ ପୁଲିସ୍‌ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଟ୍ରାଫିକ ମାନୁଥିବା ଲୋକଙ୍କୁ ପୁଲିସ୍‌ ଗୋଲାପ ଫୁଲ ଦେଉଥିବା ବେଳେ ଏହାର ଖିଲାପ କରୁଥିବା ଲୋକମାନଙ୍କୁ ସଚେତନ କରାଯାଉଛି। କାହାରି ଠାରୁ ଫାଇନ କଟାଯାଉନାହିଁ। ପୁଲିସର ଏହି କାର୍ଯ୍ୟକୁ ସାଧାରଣ ଜନତା ପ୍ରଶଂସା କରିଛନ୍ତି।

Related story