ସାବଧାନ ! ପୂଜା ମଣ୍ଡପରେ ମାତିଛନ୍ତି ଲେଡି ଲୁଟେରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଣ୍ଡା ଗଣ୍ଡା ସିସିଟିଭି। ମାଳମାଳ ପୁଲିସ। ତଥାପି ହେଉଛି ଚୋରି। ଚୋରିରେ ପୁରୁଷଙ୍କ ତୁଳନାରେ ଲେଡି ଲୁଟେରାଙ୍କ ଆତଙ୍କ ଅଧିକ। ଟାର୍ଗେଟରେ ପୂଜା ମଣ୍ଡପ। ପୂଜା ମଣ୍ଡପ ବୁଲିବାକୁ ଯାଉଥିଲେ ସାବଧାନ ! ଚୋରି ହୋଇପାରେ ମୂଲ୍ୟବାନ ଜିନିଷ। ଗହଳିର ସୁଯୋଗ ନେଇ ଚୋର ବା ଚୋରଣୀ ଆପଣଙ୍କ ପକେଟ ଓ ପର୍ସ ଖାଲି କରିଦେଇପାରନ୍ତି। ବେକରୁ ସୁନା ଚେନ୍ ଲୁଟି ନେଇ ପାରନ୍ତି। ରସୁଲଗଡ ପୂଜା ମଣ୍ଡପରରୁ ଏଭଳି ଏକ ଦୃଶ୍ୟ […]

durga

  • Published: Monday, 03 October 2022
  • , Updated: 03 October 2022, 09:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଣ୍ଡା ଗଣ୍ଡା ସିସିଟିଭି। ମାଳମାଳ ପୁଲିସ। ତଥାପି ହେଉଛି ଚୋରି। ଚୋରିରେ ପୁରୁଷଙ୍କ ତୁଳନାରେ ଲେଡି ଲୁଟେରାଙ୍କ ଆତଙ୍କ ଅଧିକ। ଟାର୍ଗେଟରେ ପୂଜା ମଣ୍ଡପ। ପୂଜା ମଣ୍ଡପ ବୁଲିବାକୁ ଯାଉଥିଲେ ସାବଧାନ ! ଚୋରି ହୋଇପାରେ ମୂଲ୍ୟବାନ ଜିନିଷ। ଗହଳିର ସୁଯୋଗ ନେଇ ଚୋର ବା ଚୋରଣୀ ଆପଣଙ୍କ ପକେଟ ଓ ପର୍ସ ଖାଲି କରିଦେଇପାରନ୍ତି। ବେକରୁ ସୁନା ଚେନ୍ ଲୁଟି ନେଇ ପାରନ୍ତି।

ରସୁଲଗଡ ପୂଜା ମଣ୍ଡପରରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଏପଟେ ଶ୍ରଦ୍ଧାଳୁ ପୂଜା କରୁକରୁ, ସେପଟୁ ମୋବାଇଲ ଓ ପର୍ସ ଗାୟବ। ଧରାପଡିପାରୁ ପରିବାର ସହ ବୁଲିବାକୁ ଆସିିଥିବାର କାହାଣୀ କହି ଖସିଯିବାକୁ ପ୍ଲାନ କରିଛନ୍ତି ସନ୍ଦିଗ୍ଘ ମହିଳା। ମାତ୍ର ଗତକାଲିି ରସୁଲଗଡ ପୂଜା ମଣ୍ଡପ ଟିମ୍ ସଂପୃକ୍ତ ମହିଳାଙ୍କୁ ଧରି ପୁଲିସକୁ ଜିମା ଦେଇଛନ୍ତି।

ସେପଟେ ନୟାପଲ୍ଲୀ ପୁଲିସ କବଜାରେ ପଡ଼ିଛି ୬ଜଣିଆ ଆନ୍ତରାଜ୍ୟ ଲୁଟେରା ଦଳ। ଆଜି ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ତିନିଜଣ ପଶ୍ଚିମବଙ୍ଗର ହୋଇଥିବାବେଳେ, ଅନ୍ୟ ତିନିଜଣ ବିହାରର। ପୂଜା ମଣ୍ଡପରେ ସନ୍ଦିଗ୍ଧ ଭାବେ ବୁଳିଥିବାବେଳେ ପୁଲିସ ଏମାନଙ୍କୁ ଧରିଛି। ସେମାନଙ୍କ ନିକଟରୁ ବ୍ଲେଡ ଓ ଛୁରୀ ଜବତ ହୋଇଛି।

ସେପଟେ ନୟାପଲ୍ଲୀ ସମେତ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଠାକୁରାଣୀଙ୍କୁ ଦେଖିବା ଓ ବୁଲାବୁଲି କରିବା ପାଇଁ ନାହିଁନଥିବା ଭିଡ। ଯେ କୌଣସି ପ୍ରକାରର ଅପ୍ରିତିକର ଘଟଣା ଏଡ଼ାଇବାକୁ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଜଗିଛି ସତ। କିନ୍ତୁ ମଣ୍ଡପରେ ଘୁରି ବୁଲୁଛନ୍ତି ଲୁଟେରା।

ଲୁଟେରାଙ୍କୁ ଧରିବା ପାଇଁ ସିସିଟିଭି ଲଗାଇବାକୁ ପୁଲିସ କହିଥିଲେ ମଧ୍ୟ ଅନେକ ପୂଜା ମଣ୍ଡପରେ କିନ୍ତୁ ଏହା ଲାଗି ନଥିବା ଦେଖିବାକୁ ମିଳିଛି। ଗୋଟାଏ ପଟେ ଭିଡ, ଟ୍ରାଫିକ ଜାମ୍, ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ନେଇ ପୁଲିସ ଟେନସନ। ଆଉ ଏପଟେ ମଣ୍ଡପକୁ ଟାର୍ଗେଟ କରିଛନ୍ତି ଲୁଟେରା। ତେଣୁ ପୂଜା ମଣ୍ଡପ ବୁଲିବାକୁ ଯାଉଥିବା ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି।

Related story