ଏଣିକି ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେଲେ ସେବାୟତଙ୍କୁ ମିଳିବ ଦଣ୍ଡ

ପୁରୀ (ଓଡ଼ିଶା ରିପୋର୍ଟର): ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ସତର୍କବାଣୀ। ଏଣିକି ଶ୍ରୀଜିଉଙ୍କ ନୀତିରେ ବିଳମ୍ବ ହେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ, କୌଣସି ସେବାୟତ ମହାପ୍ରଭୁଙ୍କ ସେବାରେ ୧୫ ମିନିଟ୍ ବିଳମ୍ବ କଲେ ୨୫ ପ୍ରତିଶତ, ୩୦ ମିନିଟ୍ ବିଳମ୍ବ କଲେ ୫୦ ପ୍ରତିଶତ ଓ ୧ ଘଣ୍ଟା ବିଳମ୍ବ ହେଲେ ସେମାନଙ୍କର ସମ୍ପୂର୍ଣ୍ଣ ପାଉଣା କଟାଯିବ। ଏହାସହ ନୀତିରେ କ୍ରମାଗତ […]

temple

temple

Jitendra Garnayak
  • Published: Wednesday, 30 January 2019
  • Updated: 30 January 2019, 09:09 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ସତର୍କବାଣୀ। ଏଣିକି ଶ୍ରୀଜିଉଙ୍କ ନୀତିରେ ବିଳମ୍ବ ହେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ନିଷ୍ପତ୍ତି ଅନୁସାରେ, କୌଣସି ସେବାୟତ ମହାପ୍ରଭୁଙ୍କ ସେବାରେ ୧୫ ମିନିଟ୍ ବିଳମ୍ବ କଲେ ୨୫ ପ୍ରତିଶତ, ୩୦ ମିନିଟ୍ ବିଳମ୍ବ କଲେ ୫୦ ପ୍ରତିଶତ ଓ ୧ ଘଣ୍ଟା ବିଳମ୍ବ ହେଲେ ସେମାନଙ୍କର ସମ୍ପୂର୍ଣ୍ଣ ପାଉଣା କଟାଯିବ। ଏହାସହ ନୀତିରେ କ୍ରମାଗତ ତିନି ଥର ବିଳମ୍ବ କରିଥିବା ଏବଂ ଜାଣିଶୁଣି ଥରେ ନୀତି ବିଳମ୍ବ କଲେ ବି ସଂପୃକ୍ତ ସେବାୟତଙ୍କୁ ଶାଢ଼ି ବନ୍ଧାରୁ ନିବୃତ୍ତ କରାଯିବା ସହ ସେବାରୁ ଅନ୍ତର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ସେହିଭଳି ନୀତି ତ୍ୱରାନ୍ୱିତ ପାଇଁ ସକାଳଧୂପ ଓ ଭୋଗମଣ୍ଡପ ଏକ ସମୟରେ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହା ସହିତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରସାଦର ଦର ତାଲିକା ପ୍ରସ୍ତୁତ ହୋଇ ସୁଆର ଓ ମହାସୁଆର ନିଯୋଗକୁ ହସ୍ତାନ୍ତର କରାଯାଇଛି। ସେମାନେ ଏହାର ତର୍ଜମା କରି ଜଣାଇବା ପରେ ଆସନ୍ତା ପରିଚାଳନା କମିଟିରେ ଦର ଉପସ୍ଥାପିତ ହେବା ସହ ପାରିତ ହେବ ବୋଲି ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos