ପୁଞ୍ଜିଲାଲ ପଢୁଥିଲେ ଏହି ସବୁ ବହି, ଶିଖୁଥିଲେ ଅପରାଧର ଫର୍ମୁଲା

ବଲାଙ୍ଗିର, (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ  ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରଙ୍କ ସମ୍ପର୍କରେ ଦିନକୁ ଦିନ ନୂଆ ନୂଆ କାହାଣୀ ସାମ୍ନାକୁ ଆସୁଛି। କେଉଁ ପରିସ୍ଥିତିରେ ଅଧ୍ୟାପକରୁ ଅପରାଧୀ ପାଲଟିଲା ପୁଞ୍ଜିଲାଲ? ଜଣେ ଭଲ ଅଧ୍ୟାପକରୁ କେମିତି ହେଲା ହାର୍ଡକୋର ହତ୍ୟାକାରୀ? କ’ଣ ଥିଲା ତା ପୂର୍ବ ରେକର୍ଡ ଆଉ ଇତିହାସ? ଏସବୁ ସମ୍ପର୍କରେ କ୍ରାଇମବ୍ରାଞ୍ଚ୍ ଖୋଳତାଡ଼ କରୁଛି। ଖୋଳତାଡ଼ ପରେ କ୍ରାଇମବ୍ରାଞ୍ଚକୁ ବହୁ ତଥ୍ୟ ମିଳିଛି। ପାଟଣାଗଡ଼ ପାର୍ସଲ ବୋମା ହତ୍ୟାକାଣ୍ଡର ଖଳନାୟକ […]

punjilaal

Rakesh Mallick
  • Published: Sunday, 29 April 2018
  • , Updated: 29 April 2018, 10:35 AM IST

ବଲାଙ୍ଗିର, (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ  ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରଙ୍କ ସମ୍ପର୍କରେ ଦିନକୁ ଦିନ ନୂଆ ନୂଆ କାହାଣୀ ସାମ୍ନାକୁ ଆସୁଛି। କେଉଁ ପରିସ୍ଥିତିରେ ଅଧ୍ୟାପକରୁ ଅପରାଧୀ ପାଲଟିଲା ପୁଞ୍ଜିଲାଲ? ଜଣେ ଭଲ ଅଧ୍ୟାପକରୁ କେମିତି ହେଲା ହାର୍ଡକୋର ହତ୍ୟାକାରୀ? କ’ଣ ଥିଲା ତା ପୂର୍ବ ରେକର୍ଡ ଆଉ ଇତିହାସ? ଏସବୁ ସମ୍ପର୍କରେ କ୍ରାଇମବ୍ରାଞ୍ଚ୍ ଖୋଳତାଡ଼ କରୁଛି। ଖୋଳତାଡ଼ ପରେ କ୍ରାଇମବ୍ରାଞ୍ଚକୁ ବହୁ ତଥ୍ୟ ମିଳିଛି। ପାଟଣାଗଡ଼ ପାର୍ସଲ ବୋମା ହତ୍ୟାକାଣ୍ଡର ଖଳନାୟକ ପୁଞ୍ଜିଲାଲକୁ ଜେରା ବେଳେ  କ୍ରାଇମବ୍ରାଞ୍ଚ ତା’ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅନେକ କିଛି ନୂଆ ଦିଗ ସମ୍ପର୍କରେ ଜାଣିବାକୁ ପାଇଛି।

କ୍ରାଇମବ୍ରାଞ୍ଚ୍ ୬ ଦିନ ପାଇଁ  ପୁଞ୍ଜିଲାଲକୁ ରିମାଣ୍ଡରେ ଆଣି ଜେରା କରୁଛି। ତାଙ୍କ ହାତରେ ଦୈନିକ ନୂଆ ନୂଆ ତଥ୍ୟ ଲାଗୁଛି । ପୁଞ୍ଜିଲାଲ ସମ୍ପର୍କରେ ବହୁ  ଅନାଲୋଚିତ ଦିଗ ସମ୍ପର୍କରେ ଖୁଲାସା ବି ହେଉଛି। ଯେମିତିକି ଅପରାଧ  ପରେ ପ୍ରମାଣ ନଷ୍ଟ ପାଇଁ ହିନ୍ଦୀ ଫିଲ୍ମ ଦୃଶ୍ୟମକୁ ପୁଞ୍ଜିଲାଲ ବାରମ୍ବାର ଦେଖୁଥିଲେ । କେବଳ ଏତିକି  ନୁହେଁ, ଯୋଜନାକୁ ଚୂଡ଼ାନ୍ତ ରୂପ ଦେବାକୁ ଦୈନିକ ନାମୀ ଲେଖକଙ୍କ ମୋଟିଭେସନ  ବୁକ୍ ପଢୁଥିଲେ ଓ ତା ସହ ଦୈନିକ ଡାଏରୀ ମଧ୍ୟ ଲେଖୁଥିଲା। ଆଉ ବାରମ୍ବାର ଆଇ ଆମ୍ ଫେଲ୍‌ୟୁର ବୋଲି  ଲେଖୁଥିଲା। ସେହିପରି ପୂରା ଅପରାଧର ପ୍ରକ୍ରିୟା ସେ ଡାଏରୀରେ ମେଣ୍ଟେନ କରୁଥିଲେ। ସେପଟେ ପୁଞ୍ଜିଲାଲର ଶୈଶବ ବେଶ୍ କଷ୍ଟରେ କଟିଥିବା ଏବଂ  ପ୍ରିନ୍ସିପାଲ ପଦରୁ ଯିବା ପରେ ସେ ପ୍ରତିହିଂସା ପରାୟଣ ହୋଇପଡ଼ିଥିବା ପୋଲିସ  ଆଗରେ ସ୍ୱୀକାର କରିଛନ୍ତି।

ପୁଞ୍ଜିଲାଲ ସବୁବେଳେ ଛାତ୍ରଛାତ୍ରୀଙ୍କୁ ଓଜସ୍ୱୀନି ଭାଷଣ ଦେଇ ଜୀବନରେ  କିଛି କରି ଦେଖାଇବାକୁ ଉତ୍ସାହ ଦେଉଥିଲେ। ଅଧ୍ୟାପକ ହୋଇ ଦିନେ  ଛାତ୍ରଛାତ୍ରୀଙ୍କୁ ଗାନ୍ଧି, ନେତାଜୀଙ୍କ ଉଦାହରଣ ଦେଉଥିବା ମଣିଷ କେମିତି ପାଲଟିଗଲା  ନରହନ୍ତା? ବିଶ୍ୱାସ ହେଉ ନ ଥିଲେ ବି କଥାଟା ସତ। ଶହ ଶହ ପିଲାଙ୍କୁ ସ୍ୱପ୍ନବାଣ୍ଟୁଥିବା ପୁଞ୍ଜିଲାଲ ଏବେ ଜଣେ ହତ୍ୟା ଅଭିଯୁକ୍ତ।  ହତ୍ୟା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେଉଛନ୍ତି ପୁଞ୍ଜିଲାଲ। ଭଇଁଷା  କଲେଜ ଛାତ୍ରମାନଙ୍କ କହିବା ଅନୁଯାୟୀ ଆଗରୁ ପୁଞ୍ଜିଲାଲ ବେଶ୍ ଭଲ ଥିଲେ। ହେଲେ ପ୍ରିନ୍ସପାଲ ପଦବୀରୁ ହଟିବା ପରେ ହିଁ ତାଙ୍କଠାରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରାର ସମ୍ମୁଖୀନ ହେଉଥିବା  ପୁଞ୍ଜିଲାଲର ରିମାଣ୍ଡକୁ ଆହୁରି ତିନି ଦିନ ବାକି ଅଛି। ଏ ଭିତରେ କ୍ରାଇମବ୍ରାଞ୍ଚକୁ ତା’ ସମ୍ପର୍କରେ ଆଉ କି କି ତଥ୍ୟ ମିଳୁଛି, ତା’ ଉପରେ ନଜର ରହିଛି।

Related story