Advertisment

ବରିଷ୍ଠ କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କର ଗୁରୁବାର ପରଲୋକ ହୋଇଯାଇଛି। ବେଙ୍ଗଲୁରୁର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଆଜି ସକାଳ ସାଢ଼େ ୮ଟାରେ ବେଙ୍ଗଲୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା ତାଙ୍କ ଉଭଣୀ ତଥା ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ ଗତ ଏକ ସପ୍ତାହ ଧରି ଅସୁସ୍ଥ ଥିଲେ। […]

author-image
Rakesh Mallick
ଅଦ୍ୟତନ ହୋଇଛି
ବରିଷ୍ଠ କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ପରଲୋକ

shreeballav

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କର ଗୁରୁବାର ପରଲୋକ ହୋଇଯାଇଛି। ବେଙ୍ଗଲୁରୁର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଆଜି ସକାଳ ସାଢ଼େ ୮ଟାରେ ବେଙ୍ଗଲୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା ତାଙ୍କ ଉଭଣୀ ତଥା ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ ଗତ ଏକ ସପ୍ତାହ ଧରି ଅସୁସ୍ଥ ଥିଲେ।

Advertisment

୧୯୪୦ ସପ୍ଟେମ୍ବର ୨ ତାରିଖରେ ସମ୍ବଲପୁର ଜିଲ୍ଲାର ବାରଗାଁର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରରେ ଜନ୍ମ ହୋଇଥିଲେ ଶ୍ରୀବଲ୍ଲଭ। ଛାତ୍ରାବସ୍ଥାରୁ ରାଜନୀତି ପ୍ରତି ତାଙ୍କ ଝୁଙ୍କ୍ ଥିଲା। ଛାତ୍ରାବସ୍ଥାରୁ ହିଁ ସେ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୬୭ ମସିହାରେ ସେ ସମ୍ବଲପୁର ଜିଲ୍ଲା କଂଗ୍ରେସର ସଭାପତି ହୋଇଥିଲେ। ସେତେବେଳକୁ ତାଙ୍କୁ ହୋଇଥିଲା ମାତ୍ର ୨୭ ବର୍ଷ। ଏହା ସହିତ ସେ ବନିଯାଇଥିଲେ ଜିଲ୍ଲା କଂଗ୍ରେସର ସଭାପତି ହେବାରେ ସର୍ବକନିଷ୍ଠ ବ୍ୟକ୍ତି। ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ଦୁଇ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଥରେ ୧୯୭୧ରେ ଓ ଆଉ ଥରେ ୧୯୭୪ରେ। ୧୯୭୩ରେ ତତକାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୩୩ ବର୍ଷ ହୋଇଥିଲା। ଆଉ ସେତେବେଳେ ସାରା ଦେଶରେ ସେ ସର୍ବକନିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ବୋଲି କୁହାଯାଏ। ୧୯୭୩ରୁ ୧୯୭୭ ପର୍ଯ୍ୟନ୍ତ ସେ ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ସେ ରାଜସ୍ୱ, ଜଳସେଚନ ଓ ଶକ୍ତି, ଆଇନ, ଶିକ୍ଷା, ସଂସଦୀୟ ବ୍ୟାପାର, ଖାଦ ଓ ଯୋଗାଣ ଏବଂ ବାଣିଜ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସେ ସମ୍ଭାଳିଥିଲେ।

ସେ ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଦେବଗଡ଼ ସଂସଦୀୟ ନିର୍ବାଚନ ମଣ୍ଡଳରୁ ସେ ଯଥାକ୍ରମେ ୧୯୮୪, ୧୯୯୧ ଓ ୧୯୯୬ରେ ଲୋକସଭାକୁ ନିର୍ବାଚିତ ହୋଇଯାଇଥିଲେ। ସଂସଦରେ ମଧ୍ୟ ସେ ତାଙ୍କ ଦକ୍ଷତା ପ୍ରତିପାଦନ କରିଥିଲେ। ସେଥିପାଇଁ ଦଳ ତାଙ୍କୁ ୧୯୯୩ରେ ପେଟ୍ରୋଲିୟମ ଓ କେମିକାଲ ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ କରିଥିଲା। ଏହା ସହିତ ସେ ସଂସଦର ବିଭିନ୍ନ କମିଟିର ସଦସ୍ୟ ରହିଥିଲେ।

Advertisment

ସମ୍ବଲପୁରରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମସିଏଲ) ସ୍ଥାପନ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେହିପରି ସମ୍ବଲପୁର ସହରରେ ରେଳ ଡିଭିଜନ୍ ସ୍ଥାପନ କରାଇବାରେ ମଧ୍ୟ ସେ ପ୍ରମୁଖ ଭୂମିକା ନିଭାଇ ଥିଲେ।

ରାଜ୍ୟର ଏହି ପୂର୍ବତନ ମନ୍ତ୍ରୀ ତଥା ସାଂସଦ କଂଗ୍ରେସର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ମଧ୍ୟ ଅବସ୍ଥାପିତ ହୋଇଥିଲେ। ୧୯୬୯ରୁ ୧୯୭୪ ଓ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ଶ୍ରୀବଲ୍ଲଭ ପାଣିଗ୍ରାହୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଥିଲେ। ସେହିପରି ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି ଥିଲେ। ପୁଣି ଏଆଇସିସି ପାଇଁ ସେ ବିଭିନ୍ନ ରାଜ୍ୟରେ ନିର୍ବାଚନ ବେଳେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିଥିଲେ। ୧୯୮୫ ଓ ୨୦୦୨ରେ ଆସାମା, ୧୯୮୮ରେ ତାମିଲନାଡୁ, ୧୯୯୪ରେ ମଧ୍ୟପ୍ରେଦଶ ଓ ୧୯୯୯ ଏବଂ ୨୦୦୪ରେ ଛତିଶଗଡ଼ରେ ନିର୍ବାଚନ ସମୟରେ ସେ ଏଆଇସିସି ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇଥିଲେ। ଏହା ସହିତ ସେ ବିଭିନ୍ନ ସମୟରେ ଏଆଇସିସି ଦ୍ୱାରା ଗଠିତ କମିଟିଗୁଡ଼ିକର ସଦସ୍ୟ ରହିଥିଲେ। ମୃତ୍ୟୁ ବେଳକୁ ସେ ଏଆଇସିସିର ସଦସ୍ୟ ଥିଲେ।

ତାଙ୍କ ମୃତ୍ୟୁରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ, ନିରଞ୍ଜନ ପଟ୍ଟନାୟକ, କାହ୍ନୁ ଚରଣ ଲେଙ୍କା, ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ଚିରଞ୍ଜୀବ ବିଶ୍ୱାଳ, ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ସମେତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ସାଂସଦ ପ୍ରଭାସ ସିଂହ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି।