ଏମାର ମଠରେ ଗୁପ୍ତ କୋଠରୀ ପଛର ରହସ୍ୟ କ’ଣ ?

ପୁରୀ(ଓଡ଼ିଶା ରିପୋର୍ଟର): ପୁଣି ଚର୍ଚ୍ଚାରେ ପୁରୀ ଏମ୍‌ଆର ମଠ।  ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ଏ ମଠକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ନଜରକୁ ଆସିଛି କିଛି ଗୁପ୍ତ କୋଠରୀ । କାହିଁକି ଓ କ’ଣ ପାଇଁ ରହିଥିଲା ଚାରି ମହଲା ବିଶିଷ୍ଟ ୬ଟି ଭୂତଳ କୋଠରୀ।  ପୂର୍ବରୁ ଏଇ ମଠରୁ ୫୨୨ ଖଣ୍ଡ ରୂପା ଇଟା ମିଳିଥିବା ବେଳେ ଗୁପ୍ତ କୋଠରୀ ଭିତରେ ଗୁପ୍ତଧନ ଓ ସୁଡ଼ଙ୍ଗ ଥାଇପାରେ ବୋଲି […]

p-900

p-900

Tapas Behera
  • Published: Thursday, 29 August 2019
  • Updated: 29 August 2019, 08:32 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁଣି ଚର୍ଚ୍ଚାରେ ପୁରୀ ଏମ୍‌ଆର ମଠ।  ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ଏ ମଠକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ନଜରକୁ ଆସିଛି କିଛି ଗୁପ୍ତ କୋଠରୀ । କାହିଁକି ଓ କ’ଣ ପାଇଁ ରହିଥିଲା ଚାରି ମହଲା ବିଶିଷ୍ଟ ୬ଟି ଭୂତଳ କୋଠରୀ।  ପୂର୍ବରୁ ଏଇ ମଠରୁ ୫୨୨ ଖଣ୍ଡ ରୂପା ଇଟା ମିଳିଥିବା ବେଳେ ଗୁପ୍ତ କୋଠରୀ ଭିତରେ ଗୁପ୍ତଧନ ଓ ସୁଡ଼ଙ୍ଗ ଥାଇପାରେ ବୋଲି ଅନୁମାନ କରୁଛନ୍ତି ପୁରୀ ବାସିନ୍ଦା । ତେବେ ଗବେଷକ କିନ୍ତୁ ଅଲଗା ମତ ରଖିଛନ୍ତି ।

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ମଠ ଉଚ୍ଛେଦ ଚାଲିଥିବାବେଳେ ଉପରୋକ୍ତ କଥା ଜଣାପଡ଼ିବା ପରେ ରହସ୍ୟ ଜାଣିବାକୁ ବଢ଼ିଥିଲା ଲୋକଙ୍କ ଉତ୍କଣ୍ଠା । ଅବ୍ୟବହୃତ ଅନ୍ଧାର କୋଠରୀ ଓ ସେଠି ବସା କରିଥିବା ଶହ ଶହ ଚେମେଣିଙ୍କୁ ଦେଖି ବି ଅନୁମାନ ଅଧିକ ସତ ଲାଗୁଥିଲା।  ବର୍ଷ ବର୍ଷ ଧରି ବନ୍ଦ ପଡ଼ିଥିବା କୋଠରୀ ସବୁକୁ ଭଙ୍ଗାଯିବାବେଳେ ଭିତରେ ବିଷଧର ସର୍ପ ଥିବା ଆଶଙ୍କାରେ ସ୍ନେକ ହେଲ୍ପଲାଇନ୍‌ର ସାହାଯ୍ୟ ନେଇଥିଲା ଜିଲ୍ଲା ପ୍ରଶାସନ। ତେବେ ଏ ପୁରାତନ ମଠର ଏସବୁ କୋଠରୀ ଭିତରେ କିମ୍ବା ତଳେ ଅଧିକ ମୂଲ୍ୟବାନ ସାମଗ୍ରୀ ଥିବା ଆଶଙ୍କାକୁ ଏଡ଼ାଇ ଯାଇନଥିଲେ ଆଖପାଖ ବାସିନ୍ଦା। ଏମ୍ଆର ମଠର ସମ୍ପର୍କ ଶ୍ରୀମନ୍ଦିର ସହ ଯେତିକି ନିବିଡ଼, ଏହାର ଇତିହାସ ମଧ୍ୟ ସେତିକି ଉତ୍କଣ୍ଠାପୂର୍ଣ୍ଣ । ତେଣୁ ମଠ ଭିତରୁ ଏସବୁ ରହସ୍ୟଜନକ କୋଠରୀରର ସନ୍ଧାନ ମିଳିବା ପରେ ଉଠିଛି ଅନେକ ଅସମାହିତ ପ୍ରଶ୍ନ।

ଗବେଷକଙ୍କ ମତରେ ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ରାମାନୁଚାର୍ଯ୍ୟଙ୍କ ପୁରୀ ଆଗମନ ସମୟରେ ଏ ମଠର ନିର୍ମାଣ ହୋଇଥିବା ଅନୁମାନ କରାଯାଏ। ଯାହାର କି ଶ୍ରୀଜଗନ୍ନାଥଙ୍କ ଭୋଗ ନୀତି ସହ ସ୍ୱତନ୍ତ୍ର ସମ୍ପର୍କ ରହିଛି । ତା’ସହ ଶହ ଶହ ମଠ ବର୍ଷ ବର୍ଷ ଧରି ଭକ୍ତ ଓ ସାଧୁ ସନ୍ଥ ଏବଂ ଦରିଦ୍ର ନାରାୟଣଙ୍କୁ ପଂକ୍ତି ଭୋଜନ ମଧ୍ୟ ଦେଇ ଆସୁଛି। ଏମିତିକି ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ସମୟରେ ଏଇଠୁ ଦିନ ଦିନ ଧରି ହଜାର ହଜାର ଭୋକିଲାଙ୍କୁ ଅନ୍ନ ପରଷା ଯାଇଥିବାର ପ୍ରମାଣ ରହିଛି। ତେଣୁ ସମ୍ଭବତଃ ଏସବୁ କୋଠରୀକୁ ମଠ କର୍ତ୍ତୃପକ୍ଷ ଅମାର ଭାବେ ବ୍ୟବହାର କରି ଖାଦ୍ୟଶସ୍ୟ ମହଜୁଦ୍ ରଖୁଥିବା ମନେ କରାଯାଏ।

ଶ୍ରୀମନ୍ଦିର ଚୌହଦି ସଫା ଅଭିଯାନକ୍ରମେ ଦ୍ୱିତୀୟ ମଠ ଭାବେ ପାଳି ପଡିଛି ଏମ୍ଆର ମଠର। ଏହା ଭିତରର ଗୁପ୍ତ କୋଠରୀକୁ ନେଇ ମଠ ଯେତିକି ଚର୍ଚ୍ଚାର ପରିସରକୁ ଆସିଛି ତାଠୁ ଅଧିକ ଚର୍ଚ୍ଚାରେ ରହିଥିଲା ୨୦୧୧ ମସିହାର ଘଟଣା। କାରଣ ଏହି ମଠ ଭିତରୁ ସେତେବେଳେ ମିଳିଥିଲା କୋଟି କୋଟି ଟଙ୍କା ମୂଲ୍ୟର ୫୨୨ଖଣ୍ଡ ରୂପା ଇଟା। ତେଣୁ ସେବେଠାରୁ ମଠ ଭିତରେ ଅଧିକ ଧନରତ୍ନ ଗଛିତ ଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇ ଆସୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos