ପୁରୀ: ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ତରଫରୁ ଆଜି ସମାବେଶ

ପୁରୀ: ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ବିବାଦୀୟ ଖବରକୁ ନେଇ ସେବାୟତ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ଯାହାକୁ ନେଇ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ତରଫରୁ ଶନିବାର ଏକ ସମାବେଶ ଅନୁଷ୍ଠିତ ହେବ। ଯେଉଁଥିରେ ଛତିଶା ନିଯୋଗର ସମସ୍ତ ସେବାୟତ ଯୋଗ ଦେବା ସହ ଏକ ସାଧାରଣ ସଭା କରାଯିବ। ବିଶେଷ କରି ଶ୍ରୀମନ୍ଦିରକ ବଂଶାନୁକ୍ରମିକ ସେବା ଅଧିକାର ଉଚ୍ଛେଦ, ମହାପ୍ରଭୁଙ୍କ ସ୍ଥାୟୀ ତିନିରଥ ନିର୍ମାଣ, ମନ୍ଦିର ଭିତରେ ପ୍ରାପ୍ୟପାଉଣା ଆଦାୟ ବନ୍ଦ ଆଦି ପରମ୍ପରା ବିରୋଧୀ ଓ […]

Sri-Puri

Rakesh Mallick
  • Published: Saturday, 12 December 2015
  • , Updated: 12 December 2015, 07:05 AM IST

ପୁରୀ: ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ବିବାଦୀୟ ଖବରକୁ ନେଇ ସେବାୟତ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ଯାହାକୁ ନେଇ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ତରଫରୁ ଶନିବାର ଏକ ସମାବେଶ ଅନୁଷ୍ଠିତ ହେବ। ଯେଉଁଥିରେ ଛତିଶା ନିଯୋଗର ସମସ୍ତ ସେବାୟତ ଯୋଗ ଦେବା ସହ ଏକ ସାଧାରଣ ସଭା କରାଯିବ।

ବିଶେଷ କରି ଶ୍ରୀମନ୍ଦିରକ ବଂଶାନୁକ୍ରମିକ ସେବା ଅଧିକାର ଉଚ୍ଛେଦ, ମହାପ୍ରଭୁଙ୍କ ସ୍ଥାୟୀ ତିନିରଥ ନିର୍ମାଣ, ମନ୍ଦିର ଭିତରେ ପ୍ରାପ୍ୟପାଉଣା ଆଦାୟ ବନ୍ଦ ଆଦି ପରମ୍ପରା ବିରୋଧୀ ଓ ସେବାୟତ ମାରଣ ନୀତି। ଏହାକୁ ରୋକିବା ପାଇଁ ଏହି ସାଧାରଣ ସଭା ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ତରଫରୁ କୁହାଯାଇଛି। ସେପଟେ ଏହି ସଭାକୁ ଛତିଶା ନିଯୋଗର ସେବାୟତମାନେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ବିଭିନ୍ନ ନିଯୋଗର କର୍ତ୍ତୃପକ୍ଷ କହିଛନ୍ତି।

Related story