ପୁରୀ: ଆଜି ଶ୍ରୀଜିଉଙ୍କ ମସ୍ତକରେ ଲାଗିବ ସୁବର୍ଣ୍ଣ ରାହୁରେଖା

ପୁରୀ: ଆଜି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି। ଶ୍ରୀମନ୍ଦିରରେ ପରମ୍ପରା ଓ ରୀତିନୀତି ଅନୁଯାୟୀ ଶ୍ରୀଜିଉଙ୍କୁ ସୁବର୍ଣ୍ଣ ରାହୁରେଖା ଲାଗି କରାଯିବ। ସ୍ନାନପୂର୍ଣ୍ଣିମା ଦିନ ଅଣସର ପିଣ୍ଡିରେ ମହାପ୍ରଭୁ ବିଜେ କରିବା ପରେ କଢା ଯାଇଥିବା ସୁବର୍ଣ୍ଣ ରାହୁରେଖାକୁ ଆଜି ଦଇତାପତି ସେବାୟତମାନେ ଭୋଗମଣ୍ଡପ ଉଠିବା ପରେ ମହାପ୍ରଭୁଙ୍କ ମସ୍ତକରେ ଲଗାଇବେ। ରୀତିନୀତି ମୁତାବକ ଭଣ୍ଡାର ମେକାପ ରାହୁରେଖା ପ୍ରଦାନ କରିଥାନ୍ତି। ସେହି ରାହୁରେଖାକୁ ପତି ମହାପାତ୍ର ସଂସ୍କାର କରିବା ପରେ ଦଇତାପତି ସେବାୟତମାନେ ଓଷୁଅ […]

lord-jagannath

lord-jagannath

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 03:12 AM IST

Sports

Latest News

ପୁରୀ: ଆଜି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି। ଶ୍ରୀମନ୍ଦିରରେ ପରମ୍ପରା ଓ ରୀତିନୀତି ଅନୁଯାୟୀ ଶ୍ରୀଜିଉଙ୍କୁ ସୁବର୍ଣ୍ଣ ରାହୁରେଖା ଲାଗି କରାଯିବ। ସ୍ନାନପୂର୍ଣ୍ଣିମା ଦିନ ଅଣସର ପିଣ୍ଡିରେ ମହାପ୍ରଭୁ ବିଜେ କରିବା ପରେ କଢା ଯାଇଥିବା ସୁବର୍ଣ୍ଣ ରାହୁରେଖାକୁ ଆଜି ଦଇତାପତି ସେବାୟତମାନେ ଭୋଗମଣ୍ଡପ ଉଠିବା ପରେ ମହାପ୍ରଭୁଙ୍କ ମସ୍ତକରେ ଲଗାଇବେ। ରୀତିନୀତି ମୁତାବକ ଭଣ୍ଡାର ମେକାପ ରାହୁରେଖା ପ୍ରଦାନ କରିଥାନ୍ତି। ସେହି ରାହୁରେଖାକୁ ପତି ମହାପାତ୍ର ସଂସ୍କାର କରିବା ପରେ ଦଇତାପତି ସେବାୟତମାନେ ଓଷୁଅ ଲଗାଇ ରାହୁରେଖାକୁ ମସ୍ତକରେ ମଣ୍ଡିତ କରିଥାନ୍ତି। ରାହୁରେଖା ନୀତି ପରେ ସିଂହାସନ ପୋଛାଯାଇ ମହାସ୍ନାନ କରାଯାଇଥାଏ। ତା’ପରେ ମୁଦିରସ୍ତ ବନ୍ଦାପନା କରିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତି କାନ୍ତି କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos