ପୁରୀ: ଆଜିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ: ଘୋଷଯାତ୍ରା ସାରି ରତ୍ନ ସିଂହାସନକୁ ବାହୁଡିଯାଇଛନ୍ତି ଶ୍ରୀବିଗ୍ରହ। ଶ୍ରୀମନ୍ଦିରରେ ପୁଣି ଭକ୍ତଙ୍କ ଗହଳିଚହଳି ଲାଗିଲାଣି। ଆଜିଠୁ ମିଳିବ ନୀଳାଚଳ ଅବଢ଼ା। ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ଗତକାଲି ରାତିରେ ଶେଷ ହୋଇଥିଲା ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ନୀତି। ପରମ୍ପରା ଅନୁସାରେ  ପ୍ରଥମେ ରାମ କୃଷ୍ଣ ଓ ମଦନ ମୋହନ ଦକ୍ଷିଣ ଘରକୁ ବିଜେ କରିଥିଲେ। ତା’ପରେ  ଗୋଟି ପହଣ୍ଡିରେ  ଶ୍ରୀ ସୁଦର୍ଶନ, ପରେ  ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ରତ୍ନ ସିଂହାସନକୁ ବିଜେ କରିଥିଲେ। […]

puri temple

Rakesh Mallick
  • Published: Monday, 18 July 2016
  • , Updated: 18 July 2016, 09:19 AM IST

ପୁରୀ: ଘୋଷଯାତ୍ରା ସାରି ରତ୍ନ ସିଂହାସନକୁ ବାହୁଡିଯାଇଛନ୍ତି ଶ୍ରୀବିଗ୍ରହ। ଶ୍ରୀମନ୍ଦିରରେ ପୁଣି ଭକ୍ତଙ୍କ ଗହଳିଚହଳି ଲାଗିଲାଣି। ଆଜିଠୁ ମିଳିବ ନୀଳାଚଳ ଅବଢ଼ା। ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ଗତକାଲି ରାତିରେ ଶେଷ ହୋଇଥିଲା ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ନୀତି। ପରମ୍ପରା ଅନୁସାରେ  ପ୍ରଥମେ ରାମ କୃଷ୍ଣ ଓ ମଦନ ମୋହନ ଦକ୍ଷିଣ ଘରକୁ ବିଜେ କରିଥିଲେ। ତା’ପରେ  ଗୋଟି ପହଣ୍ଡିରେ  ଶ୍ରୀ ସୁଦର୍ଶନ, ପରେ  ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ରତ୍ନ ସିଂହାସନକୁ ବିଜେ କରିଥିଲେ। ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ହୋଇଥିଲା। ରାତି ପ୍ରାୟ୧୨ଟା ୨୦ରେ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବାହାରିଥିଲେ ଜଗନ୍ନାଥ। ପହଣ୍ଡି ସମୟରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥଙ୍କ ଭେଟ ନୀତି କରାଯାଇଥିଲା। ମହାପ୍ରଭୁ ଜୟ ବିଜୟ ଦ୍ୱାରକୁ ଯିବା ପରେ  ସେଠାରେ  ମହାଲକ୍ଷ୍ମୀ ଦ୍ୱାର ବନ୍ଦ କରି ଦେଇଥିଲେ। ପରମ୍ପରା ଅନୁସାରେ  ସେଠାରେ  ବଚନିକା ନୀତି  କରାଯାଇଥିଲା। ତା’ପରେ ବିବାହ ଗଇଁଠାଳ ନୀତି ଓ ରସଗୋଲା ଭୋଗ ପରେ ନୀଳକନ୍ଦରକୁ  ବିଜେ କରିଥିଲେ ନୀଳାଦ୍ରି ବିହାରୀ। ତିନିଠାକୁର ରତ୍ନ ସିଂହାସନରେ ବିଜେ କରିବା ପରେ ରୁଦ୍ଧ କାର୍ଯ୍ୟ ଓ ଅନ୍ୟାନ୍ୟ ନୀତି ସମ୍ପାଦିତ  ହୋଇଥିଲା।

 

Related story