କାର୍ତ୍ତିକ ମାସ ଅବସରରେ ପ୍ରଭୁ ଅଲାରନାଥଙ୍କ ରାଧା ଦାମୋଦର ଦର୍ଶନ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ଏହି ଅବସରରେ ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ମହାପ୍ରଭୁ ରାଧା ଦାମୋଦର ବେଶରେ ଦୀର୍ଘ ଏକ ମାସ ଧରି ଭକ୍ତଙ୍କୁ ଦର୍ଶନ ଦେବେ। ଅଲାରନାଥଙ୍କ ଏହି ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳୀମାନେ ଅଲାରନାଥଙ୍କ ରାଧା ଦାମୋଦର ବେଶର ଦର୍ଶନ କରିଛନ୍ତି। ମନ୍ଦିର ପରିସରରେ ଚଉଁରା ପୂଜା କରିବା ସହ ରାଧାଦାମୋଦର ଗୀତ ଗାନ କରିଛନ୍ତି। […]

a

Rakesh Mallick
  • Published: Sunday, 16 October 2016
  • , Updated: 16 October 2016, 05:50 PM IST

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ଏହି ଅବସରରେ ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ମହାପ୍ରଭୁ ରାଧା ଦାମୋଦର ବେଶରେ ଦୀର୍ଘ ଏକ ମାସ ଧରି ଭକ୍ତଙ୍କୁ ଦର୍ଶନ ଦେବେ। ଅଲାରନାଥଙ୍କ ଏହି ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳୀମାନେ ଅଲାରନାଥଙ୍କ ରାଧା ଦାମୋଦର ବେଶର ଦର୍ଶନ କରିଛନ୍ତି। ମନ୍ଦିର ପରିସରରେ ଚଉଁରା ପୂଜା କରିବା ସହ ରାଧାଦାମୋଦର ଗୀତ ଗାନ କରିଛନ୍ତି।

ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଭୋର ଚାରିଟାରୁ ମହାପ୍ରଭୁଙ୍କ ଦ୍ୱାରଫିଟା, ମଙ୍ଗଳ ଆରତୀ, ତଡ଼ପ ଲାଗି ଲାଗି ଶେଷ ପରେ ସକାଳ ଧୂପରୁ ପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

Related story