ତେଜିଲା ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ବିବାଦ

ପୁରୀ (ଓଡ଼ିଶା ରିପୋର୍ଟର):ତେଜିଲା ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ବିବାଦ । ପୁରୀର ସମସ୍ତ ୩୨ଟି ଓ୍ୱାର୍ଡରେ ଆସନ୍ତାକାଲି ଠାରୁ ଦସ୍ତଖତ ଅଭିଯାନ ଆରମ୍ଭ କରିବ ବିଜେପି । ଏହି ଦସ୍ତଖତ ସମ୍ବଳିତ ସ୍ମାରକପତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ବଗଳା ଧର୍ମଶାଳା ବିବାଦକୁ ନେଇ ଆସନ୍ତା ଗାନ୍ଧି ଜୟନ୍ତୀ ଦିନ ଶ୍ରୀମନ୍ଦିର ଠାରୁ ନବୀନ ନିବାସ ଯାଏଁ ବିଜେପି କର୍ମୀ ପଦଯାତ୍ରା କରିବେ । ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ବଗଲା ଜମି ବିବାଦ […]

bagala

Tapas Behera
  • Published: Friday, 18 September 2020
  • , Updated: 18 September 2020, 07:49 PM IST

ପୁରୀ (ଓଡ଼ିଶା ରିପୋର୍ଟର):ତେଜିଲା ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ବିବାଦ । ପୁରୀର ସମସ୍ତ ୩୨ଟି ଓ୍ୱାର୍ଡରେ ଆସନ୍ତାକାଲି ଠାରୁ ଦସ୍ତଖତ ଅଭିଯାନ ଆରମ୍ଭ କରିବ ବିଜେପି । ଏହି ଦସ୍ତଖତ ସମ୍ବଳିତ ସ୍ମାରକପତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ବଗଳା ଧର୍ମଶାଳା ବିବାଦକୁ ନେଇ ଆସନ୍ତା ଗାନ୍ଧି ଜୟନ୍ତୀ ଦିନ ଶ୍ରୀମନ୍ଦିର ଠାରୁ ନବୀନ ନିବାସ ଯାଏଁ ବିଜେପି କର୍ମୀ ପଦଯାତ୍ରା କରିବେ । ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ବଗଲା ଜମି ବିବାଦ ସଂକ୍ରାନ୍ତରେ ଅବଗତ କରିବେ । ପୁରୀ ବଗଲା ଜମିକୁ ବେଆଇନ ବିକ୍ରି କରିବା ଅଭିଯୋଗ ପ୍ରସଙ୍ଗକୁ ନେଇ ଗତ ୨୭ ଦିନ ଧରି ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛି ଦଳ ।

Related story