ପୁରୀ-ଭୁବନେଶ୍ୱର ୩୧୬ ଜାତୀୟ ରାଜପଥ ଜୟଶପାଟଣାରେ ଟୋଲଗେଟ୍ ନିର୍ମାଣକୁ ବିଜେପିର ବିରୋଧ

ପୁରୀ: ପୁରୀ-ଭୁବନେଶ୍ୱର ୩୧୬ ନମ୍ୱର ଜାତୀୟ ରାଜପଥର ପିପିଲି ନିକଟବର୍ତ୍ତୀ ଜୟଶପାଟଣାରେ ଟୋଲ ଗେଟ ବେଆଇନ ଭାବେ କରାଯାଇଛି। ଜାତୀୟ ରାଜପଥ ନିୟମର ରୁଲ-୮କୁ ଅବଜ୍ଞା କରାଯାଇ ଏହି ଟୋଲଗେଟ୍ କରାଯାଇଥିବା । ଫଳରେ ମାତ୍ର ୧୧କିଲୋମିଟର ରାସ୍ତା ବ୍ୟବହାର କରୁଥିବା ନିମାପଡା, ଗୋପ, କାକଟପୁର, ଅସ୍ତରଙ୍ଗ, କୋଣାର୍କ, ଡେଲାଙ୍ଗ, ପିପିଲିର ସାଧାରଣ ଲୋକଙ୍କୁ ଟୋଲ ଦେୟ ଦେବାକୁ ପଡିବ ବୋଲି ବିଜେପି ଅଭିଯୋଗ କରିଛି। ଏ ନେଇ ସୋମବାର ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଏକ […]

puri-bjp

Rakesh Mallick
  • Published: Thursday, 10 September 2015
  • , Updated: 10 September 2015, 09:05 AM IST

ପୁରୀ: ପୁରୀ-ଭୁବନେଶ୍ୱର ୩୧୬ ନମ୍ୱର ଜାତୀୟ ରାଜପଥର ପିପିଲି ନିକଟବର୍ତ୍ତୀ ଜୟଶପାଟଣାରେ ଟୋଲ ଗେଟ ବେଆଇନ ଭାବେ କରାଯାଇଛି। ଜାତୀୟ ରାଜପଥ ନିୟମର ରୁଲ-୮କୁ ଅବଜ୍ଞା କରାଯାଇ ଏହି ଟୋଲଗେଟ୍ କରାଯାଇଥିବା । ଫଳରେ ମାତ୍ର ୧୧କିଲୋମିଟର ରାସ୍ତା ବ୍ୟବହାର କରୁଥିବା ନିମାପଡା, ଗୋପ, କାକଟପୁର, ଅସ୍ତରଙ୍ଗ, କୋଣାର୍କ, ଡେଲାଙ୍ଗ, ପିପିଲିର ସାଧାରଣ ଲୋକଙ୍କୁ ଟୋଲ ଦେୟ ଦେବାକୁ ପଡିବ ବୋଲି ବିଜେପି ଅଭିଯୋଗ କରିଛି। ଏ ନେଇ ସୋମବାର ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଟୋଲଗେଟର ସ୍ଥାନାନ୍ତର ଦାବି କରାଯାଇଛି। ଏଥିପାଇଁ ବିଜେପି ପକ୍ଷରୁ କେନ୍ଦ୍ର ଭୂତଳ ପରିବହନ ମନ୍ତ୍ରୀ ନିତୀନ ଗଡକରିଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା କୁହାଯାଇଛି। ଟୋଲଗଟ୍ ଉଚ୍ଛେଦ ନେଇ ଅତିଶୀଘ୍ର ବିଜେପିର ଏକ ୭ଜଣିଆ ଟିମ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ରାଜ୍ୟ ସମ୍ପାଦିକା ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି।

Related story