ଗୁପ୍ତ ଧନ ଖୋଜୁଛି ଜିଲ୍ଲା ପ୍ରଶାସନ

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ଥରେ ଚର୍ଚ୍ଚାରେ ପୁରୀ ଏମ୍‌ଆର ମଠ। ଏହି ବିତ୍ତଶାଳୀ ମଠରେ ଆଉ କେଉଁଠି ରହିଗଲା କି ରୁପା ଇଟା? ସନ୍ଦେହ ଦୂର ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୁଲିସ ମେଟାଲ୍‌ ଡିଟେକ୍ଟରରେ କରୁଛି ଯାଞ୍ଚ। ମଠର ମହନ୍ତ ରହୁଥିବା ବାସଗୃହ, ଠାକୁରଙ୍କ ଗାଦି ପାଖ ଘର ଓ ଅମୁହାଁ ଘର ପ୍ରମୁଖ ଅଞ୍ଚଳରେ ଚାଲିଛି ତନାଘନା। ଏହି ସମୟରେ ଠାକୁରଙ୍କ ସମ୍ମୁଖ ସ୍ଥଳ ଓ ପ୍ରବେଶ ଦ୍ୱାରରେ ମେଟାଲ ଡିଟେକ୍ଟର […]

Puri

Puri

Manoranjan Sial
  • Published: Thursday, 16 September 2021
  • Updated: 16 September 2021, 08:32 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ଥରେ ଚର୍ଚ୍ଚାରେ ପୁରୀ ଏମ୍‌ଆର ମଠ। ଏହି ବିତ୍ତଶାଳୀ ମଠରେ ଆଉ କେଉଁଠି ରହିଗଲା କି ରୁପା ଇଟା? ସନ୍ଦେହ ଦୂର ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୁଲିସ ମେଟାଲ୍‌ ଡିଟେକ୍ଟରରେ କରୁଛି ଯାଞ୍ଚ। ମଠର ମହନ୍ତ ରହୁଥିବା ବାସଗୃହ, ଠାକୁରଙ୍କ ଗାଦି ପାଖ ଘର ଓ ଅମୁହାଁ ଘର ପ୍ରମୁଖ ଅଞ୍ଚଳରେ ଚାଲିଛି ତନାଘନା। ଏହି ସମୟରେ ଠାକୁରଙ୍କ ସମ୍ମୁଖ ସ୍ଥଳ ଓ ପ୍ରବେଶ ଦ୍ୱାରରେ ମେଟାଲ ଡିଟେକ୍ଟର ସିଗ୍‌ନାଲ ଦେଇଥିଲା। ଯାହାଫଳରେ ସେହି ସ୍ଥାନକୁ ସ୍କାନରକୁ ନେଇଛି ଜିଲ୍ଲା ପ୍ରଶାସନ। ଏଥିସହ ମଠ ଭିତରେ ଥିବା ପୁରୁଣା ସିନ୍ଦୁକ, ଟ୍ରେଜେରୀ ଓ ଆଲମିରା ସବୁକୁ ମଧ୍ୟ ଭଲକରି ଯାଞ୍ଚ ହୋଇଛି। ଯାଞ୍ଚବେଳେ ନିଜେ ମଠ ଦାୟିତ୍ୱରେ ଥିବା ମହନ୍ତ, ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀ, ଦେବୋତ୍ତର କମିଶନଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ ସଦସ୍ୟଙ୍କ ସହ ମଠ ଟ୍ରଷ୍ଟ ବୋର୍ଡ ସଦସ୍ୟ ଉପସ୍ଥିତ ଥିଲେ। ମେଟାଲ ଡିଟେକ୍ଟର ଚଟାଣରୁ କେବଳ ଦେଢ଼ରୁ ୨ଫୁଟ ଗଭୀର ପର୍ଯ୍ୟନ୍ତ ଧାତବ ପଦାର୍ଥ ଠାବ କରିବାର କ୍ଷମତା ରଖୁଥିବାରୁ ଆଗକୁ ଅଧିକ କ୍ଷମତାସମ୍ପନ୍ନ ଡିଟେକ୍ଟର ଆଣିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ଟ୍ରଷ୍ଟ ବୋର୍ଡ ସଦସ୍ୟ।

୨୦୧୧ ମସିହା ଫେବ୍ରୁଆରୀ ୨୫ ତାରିଖରେ ସିଂହଦ୍ୱାର ସମ୍ମୁଖ ଏମ୍‌ଆର ମଠରୁ ମିଳିଥିଲା ୫୨୨ ଖଣ୍ଡ ମୂଲ୍ୟବାନ ରୁପା ଇଟା। ଯାହାର ଆନୁମାନିକ ମୂଲ୍ୟ ସେତେବେଳେ ପ୍ରାୟ ୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଥିଲା। ମଠରୁ ଗୋଟିଏ ଇଟା ଚୋରି କରି ବିକ୍ରି ଉଦ୍ୟମ କରୁଥିବା ଏକ ଚୋରର ଚେର ଖୋଜୁ ଖୋଜୁ ପୁଲିସ ଆସି ପହଞ୍ଚିଥିଲା ଏମ୍‌ଆର୍‌ ମଠରେ। ଯାହାକି ସେତେବେଳେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହା ପରେ ୨୦୨୧ ମସିହା ଏପ୍ରିଲ୍‌ ୧୦ ତାରିଖରେ ପୁଣି ସେହି ମଠରୁ ବାହାରିଲା ଆହୁରି ୪୫ ଖଣ୍ଡ ରୁପା ଇଟା। ମଠର ଗମ୍ଭୀରା ପରିସରରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ୪ ନମ୍ବର କୋଠରୀରୁ ମିଳିଥିଲା ଏହି ରୁପା।

ମିଳିଥିବା ରୁପା ଇଟା ଏବେ ପୁରୀ ଟ୍ରେଜେରୀରେ ରଖାଯାଇଛି। ମଠରେ ଆହୁରି ସମ୍ପତ୍ତି ଲୁଚିଥିବା ନେଇ ନୂଆ ଟ୍ରଷ୍ଟ ବୋର୍ଡ ଅନୁଭବ କରିବା ପରେ ଏହାର ଅନୁସନ୍ଧାନ ପାଇଁ ଦେବୋତ୍ତର କମିଶନଙ୍କୁ ଅନୁରୋଧ କରାଯାଇଥିଲା। ଯାହାର ସନ୍ଧାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଟ୍ରଷ୍ଟ ବୋର୍ଡ ସଦସ୍ୟ ତଥା ଶ୍ରୀମନ୍ଦିର ସଂସ୍କୃତି ଗବେଷକ କହିଛନ୍ତି, ଏମଆର ମଠ ଏକ ବିତ୍ତଶାଳୀ ମଠ। ଏମିତିକି ନଅଙ୍କ ଦୁର୍ଭିକ୍ଷ ସମୟରେ ଏହିଠାରୁ ହଜାର ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିବାର ଇତିହାସ ରହିଛି। ଦାନ ସୂତ୍ରରେ ମଠକୁ ଅନେକ ସମ୍ପତ୍ତି ମିଳିଥିବାରୁ ଏହାର ଆହୁରି କିଛି ଅଂଶ ମାଟି ତଳେ ପୋତାଯାଇ ଥାଇପାରେ ବୋଲି ଟ୍ରଷ୍ଟ ବୋର୍ଡ ସଦସ୍ୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story