ଛେରା ପହଁରା ପାଇଁ ଆସି ନ ପାରିବାର କାରଣ କହିଲେ ଗଜପତି

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ମହାପ୍ରଭୁଙ୍କର ସ୍ନାନଯାତ୍ରା ଚାଲିଥିବା ବେଳେ ଛେରା ପହରା ପାଇଁ ଆସି ନଥିଲେ ଗଜପତି ମହାରାଜ । ତାଙ୍କ ବଦଳରେ ମୁଦିରଥ ଏହି ନୀତି ସମ୍ପନ୍ନ କରିଥିଲେ। ମଇଲମ, ମକାପ ସର୍ବାଙ୍ଗ ଏବଂ ନୂଆଲଗା ବେଶ ପରେ ସମ୍ପନ୍ନ ହୋଇଥିଲା ଛେରା ପହଁରା।ତେବେ ଗଜପତି କାହିଁକି ଛେରା ପହରା କରିବାକୁ ଆସିଲେନି ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଥିବା ବେଳେ ଏହାର କାରଣ ସଂପର୍କରେ କହିଛନ୍ତି ଖୋଦ ଗଜପତି । ସରକାରଙ୍କ […]

puri-raja

Niharika Rout
  • Published: Friday, 05 June 2020
  • , Updated: 05 June 2020, 02:44 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ମହାପ୍ରଭୁଙ୍କର ସ୍ନାନଯାତ୍ରା ଚାଲିଥିବା ବେଳେ ଛେରା ପହରା ପାଇଁ ଆସି ନଥିଲେ ଗଜପତି ମହାରାଜ । ତାଙ୍କ ବଦଳରେ ମୁଦିରଥ ଏହି ନୀତି ସମ୍ପନ୍ନ କରିଥିଲେ। ମଇଲମ, ମକାପ ସର୍ବାଙ୍ଗ ଏବଂ ନୂଆଲଗା ବେଶ ପରେ ସମ୍ପନ୍ନ ହୋଇଥିଲା ଛେରା ପହଁରା।ତେବେ ଗଜପତି କାହିଁକି ଛେରା ପହରା କରିବାକୁ ଆସିଲେନି ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଥିବା ବେଳେ ଏହାର କାରଣ ସଂପର୍କରେ କହିଛନ୍ତି ଖୋଦ ଗଜପତି । ସରକାରଙ୍କ କୋଭିଡ ଗାଇଡଲାଇନ୍‌ ମାନି ସେ ଛେରା ପହଁରା କରିବାକୁ ଆସିନଥିବା କହିଛନ୍ତି।

ଲକ୍‌ଡାଉନ୍ ନିୟମ ଅନୁସାରେ ଧାର୍ମିକ ଉତ୍ସବ ବା ସମାବେଶରେ ମନ୍ଦିର ବାହାରେ ୭ ଜଣରୁ ଅଧିକ ରହିବା ଅନୁଚିତ । ସେହିପରି ୬୫ ବର୍ଷରୁ ଅଧିକ ବୟସର ଲୋକ ମଧ୍ୟ ଘରୁ ବାହାରକୁ ବାହାରିବା ଅନୁଚିତ । ତେଣୁ ଛେରା ପହଁରା ପାଇଁ ନ ଆସି ସେ ଶ୍ରୀନଅରରେ ରହିଥିବା ଜଣାଇଛନ୍ତି।

ଗଜପତି ଥିବା ବେଳେ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ସେବା କରି ନ ପାରିବାର ଏହା ଦ୍ୱିତୀୟ ଘଟଣା ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ । ୧୯୭୬ ମସିହାରେ ଆମେରିକାର ସିକାଗୋରେ LLM  ପଢୁଥିବା ବେଳେ ସ୍ନାନ ଯାତ୍ରାରେ ଛେରା ପହଁରା କରିପାରିନଥିଲେ। ଗଜପତିଙ୍କ ଅନୁପସ୍ଥିତିରେ ତାଙ୍କ ତରଫରୁ ମୁଦିରଥ ମହାପ୍ରଭୁଙ୍କ ସମ୍ମୁଖରେ ସବୁ ସେବା କରିବାର ପରମ୍ପରା ଥିବା ଗଜପତି ଦିବ୍ୟସିଂହ ଦେବ କହିଛନ୍ତି।

Related story