ପୁରୀ: ଗଜଭିୟେଙ୍କ ବିବାଦୀୟ ଜମି ସ୍ଥଳ ଅନୁଧ୍ୟାନ କଲା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ପୁରୀ: କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ପୁରୀ ଜିଲ୍ଲା ଗୋପ ବ୍ଲକରେ ଥିବା ବିବାଦୀୟ ଜମି ସ୍ଥଳ ବିଜେପି  ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଅନୁଧ୍ୟାନ କରିଛନ୍ତି । ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂଦେଓ ଏବଂ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ୧୫ ଜଣିଆ ଫ୍ୟାକ୍ଟ ଫ।ଇଣ୍ଡିଂ ଟିମ୍ ଯାଇ ଏହି ବିବାଦୀୟ ଜମି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ଗୋପ୍ ବ୍ଲକ ବଡ଼କିଆପାଳ ମୌଜାରେ ଥିବା ଏହି ଜମି ଜବରଦଖଲକୁ ନେଇ ଭିଜିଲାନ୍ସ […]

bjp

Rakesh Mallick
  • Published: Monday, 17 August 2015
  • , Updated: 17 August 2015, 11:14 AM IST

ପୁରୀ: କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ପୁରୀ ଜିଲ୍ଲା ଗୋପ ବ୍ଲକରେ ଥିବା ବିବାଦୀୟ ଜମି ସ୍ଥଳ ବିଜେପି  ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଅନୁଧ୍ୟାନ କରିଛନ୍ତି । ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂଦେଓ ଏବଂ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ୧୫ ଜଣିଆ ଫ୍ୟାକ୍ଟ ଫ।ଇଣ୍ଡିଂ ଟିମ୍ ଯାଇ ଏହି ବିବାଦୀୟ ଜମି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ଗୋପ୍ ବ୍ଲକ ବଡ଼କିଆପାଳ ମୌଜାରେ ଥିବା ଏହି ଜମି ଜବରଦଖଲକୁ ନେଇ ଭିଜିଲାନ୍ସ ତଦନ୍ତ ଚାଲିଛି। ଏଠାରେ ଗଜଭିୟେ ନିଜ ପତ୍ନୀଙ୍କ ନାଁରେ କିଣିଥିବା ଜମିଠାରୁ ଢେର ଅଧିକ ଜମିରେ ପୋଖରୀ ଖୋଳି ମାଛ ଚାଷ କରୁଥିବା ଅଭିଯୋଗ ହୋଇଛି।

ଏ ନେଇ ବିଜେପି ରାଜ୍ୟ ସଭାପତି ସିଂଦେଓ ତାଙ୍କ ପ୍ରତିକ୍ରିୟା ରହିଛନ୍ତି । ଗଜଭିୟେ ଗଣମାଧ୍ୟମ ଆଗରେ ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୧୦ ଏକର ଜମିଥିବା କହିଛନ୍ତି । ମାତ୍ର ଏହାଠାରୁ ବହୁ ଅଧିକ ଜମି ଦଖଲ ହୋଇଥିବା ଜଣାପଡୁଛି । ତହସିଲଦାର, ଆରଆଇ ଓ ଅମିନମାନେ ଜମିର ପରିମାଣ କେତେ ଅଛି ତାହା ତଦନ୍ତ କରିବା ଦରକାର । ଏହାସହ ରାଜ୍ୟ ସରକାର ଯେତେ ଶୀଘ୍ର ଘଟଣାର ସିବିଆଇ ତଦନ୍ତ କରିବେ ତାହା ତାଙ୍କ ପାଇଁ ଭଲ ହେବ ବୋଲି ସିଂଦେଓ କହିଛନ୍ତି ।

Related story