ମୁକ୍ତ ହେଲା ପୁରୀ ଗୋବର୍ଦ୍ଧନ ମଠ

ପୁରୀ(ଓଡ଼ିଶା ରିପୋର୍ଟର):ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହେଲା ପୁରୀ ଗୋବର୍ଦ୍ଧନ ମଠ। ଏଣିକି ଏହା ଏକ ସ୍ୱୟଂ ଚାଳିତ ସଂସ୍ଥା ଭାବେ ପରିଚାଳିତ ହେବ। ରାଜ୍ୟ ସରକାର ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍ ବିଧାନସଭାରେ ପାରିତ କରିବା ପରେ ଗୋବର୍ଦ୍ଧନ ମଠ ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହୋଇଛି। ଗୋବର୍ଦ୍ଧନ ମଠ ସହ ରାଜ୍ୟର ୧୮ ହଜାରରୁ ଅଧିକ ଧାର୍ମିକ ସଂସ୍ଥା ଦେବୋତ୍ତର ବିଭାଗର ଅଧିନରେ ରହିଛି। ତେବେ ଗୋବର୍ଦ୍ଧନ ମଠ ଆଦି–ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠା […]

3211

Tapas Behera
  • Published: Saturday, 16 November 2019
  • , Updated: 16 November 2019, 08:58 PM IST

ପୁରୀ(ଓଡ଼ିଶା ରିପୋର୍ଟର):ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହେଲା ପୁରୀ ଗୋବର୍ଦ୍ଧନ ମଠ। ଏଣିକି ଏହା ଏକ ସ୍ୱୟଂ ଚାଳିତ ସଂସ୍ଥା ଭାବେ ପରିଚାଳିତ ହେବ। ରାଜ୍ୟ ସରକାର ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍ ବିଧାନସଭାରେ ପାରିତ କରିବା ପରେ ଗୋବର୍ଦ୍ଧନ ମଠ ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହୋଇଛି। ଗୋବର୍ଦ୍ଧନ ମଠ ସହ ରାଜ୍ୟର ୧୮ ହଜାରରୁ ଅଧିକ ଧାର୍ମିକ ସଂସ୍ଥା ଦେବୋତ୍ତର ବିଭାଗର ଅଧିନରେ ରହିଛି। ତେବେ ଗୋବର୍ଦ୍ଧନ ମଠ ଆଦି-ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ୪ଟି ଧାମ ମଧ୍ୟରୁ ଗୋଟିଏ ହୋଇଥିବାରୁ ଏହାକୁ ଅନ୍ୟ ସାଧାରଣ ମଠ ସହ ତୁଳନା କରାଯାଇପାରିବ ନାହିଁ ବୋଲି କୁହାଯାଇଛି। ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରେ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ସହ ସେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ମୁଖ୍ୟ ଅଟନ୍ତି ।

ତା’ସହ ସହିତ ରଥଯାତ୍ରା ସମୟରେ ଶଙ୍କରାଚାର୍ଯ୍ୟଙ୍କୁ ସ୍ୱତନ୍ତ୍ର ସେବାର ଅଧିକାର ରହିଛି। ଶଙ୍କରାଚାର୍ଯ୍ୟଙ୍କୁ ହିନ୍ଦୁ ଧର୍ମରେ ସର୍ବୋଚ୍ଚ ମାନ୍ୟତା ଦିଆଯାଇଛି। ଅନ୍ୟପକ୍ଷରେ ଶ୍ରୀଙ୍ଗେରିର ଶାରଦା ମଠଦ୍ୱାରକା ମଠ ଏବଂ ଉତ୍ତରାଖଣ୍ଡର ଜ୍ୟୋର୍ତି ମଠ ସ୍ୱୟଂଶାସିତ ହୋଇଥିବାରୁ ଗୋବର୍ଦ୍ଧନ ମଠକୁ ମଧ୍ୟ ସମାନ ମାନ୍ୟତା ଦିଆଯାଇଛି।

Related story