ମହାପ୍ରଭୁଙ୍କ ଘୋଷ ଯାତ୍ରା ପାଇଁ କାଠ ଖୋଜିବାକୁ ଗଲେ ୫ ଜଣିଆ ଟିମ

ପୁରୀ(ଓଡ଼ିଶା ରିପୋର୍ଟର): ୨୦୧୮ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ରଥକାଠ ଚିହ୍ନଟ ପ୍ରକ୍ରିୟା। ଆଜି ସହକାରୀ ପ୍ରଶାସକଙ୍କ ନେତୃତ୍ୱରେ ୫ଜଣିଆ ଟିମ ନୟାଗଡ ଦଶପଲ୍ଲା ରେଞ୍ଜ ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇ ଟିମ୍ ଯାତ୍ରା ଆରମ୍ଭ କରିଛି। ଏହି ଟିମରେ ରଥକାଠ ଅମିନ, ତତ୍ତ୍ୱବଧାରକ ସୁଦର୍ଶନ ମେକାପ, ଭୋଇ ସର୍ଦ୍ଦାର ରବି ଭୋଇ, କାର୍ତ୍ତିକ ଭୋଇ ଆଦି ସାମିଲ ହୋଇଛନ୍ତି। ନୟାଗଡରେ ପହଞ୍ଚିବା ପରେ ଆସନ୍ତାକାଲି ପରମ୍ପରା ମୁତାବକ […]

puri-jagannath-ratha-jatra-prepasation

Rakesh Mallick
  • Published: Monday, 18 December 2017
  • , Updated: 18 December 2017, 09:46 PM IST

ପୁରୀ(ଓଡ଼ିଶା ରିପୋର୍ଟର): ୨୦୧୮ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ରଥକାଠ ଚିହ୍ନଟ ପ୍ରକ୍ରିୟା। ଆଜି ସହକାରୀ ପ୍ରଶାସକଙ୍କ ନେତୃତ୍ୱରେ ୫ଜଣିଆ ଟିମ ନୟାଗଡ ଦଶପଲ୍ଲା ରେଞ୍ଜ ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇ ଟିମ୍ ଯାତ୍ରା ଆରମ୍ଭ କରିଛି। ଏହି ଟିମରେ ରଥକାଠ ଅମିନ, ତତ୍ତ୍ୱବଧାରକ ସୁଦର୍ଶନ ମେକାପ, ଭୋଇ ସର୍ଦ୍ଦାର ରବି ଭୋଇ, କାର୍ତ୍ତିକ ଭୋଇ ଆଦି ସାମିଲ ହୋଇଛନ୍ତି। ନୟାଗଡରେ ପହଞ୍ଚିବା ପରେ ଆସନ୍ତାକାଲି ପରମ୍ପରା ମୁତାବକ ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ। ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ଆରମ୍ଭ କରାଯିବ। ରଥନିର୍ମାଣ ପାଇଁ ୮୬୫  ଗୋଟି କାଠ ଆବଶ୍ୟକ ହେଉଥିବା ବେଳେ ୧୮୪ କାଠ ମହଜୁଦ ରହିଛି। ବାକି ୬୮୧ ଖଣ୍ଡ କାଠ ଆବଶ୍ୟକ ରହିଛି। ସେଥି ମଧ୍ୟରୁ ୨୯୫ କାଠ କଟକ ଖପୁରିଆ କରତକଳ ଏବଂ ୩୮୬ ଖଣ୍ଡ କାଠ ରଥଖଳାକୁ ଆସିବ। ଆଗାମୀ ସରସ୍ୱତୀ ପୂଜା ପାଇଁ ୩ଖଣ୍ଡ ୧୨ ଫୁଟିଆ ଧଉରା କାଠ ଆବଶ୍ୟକ ରହିଥାଏ।

Related story