କୋଭିଡ୍‌ ନେଗେଟିଭ ରିପୋର୍ଟ ଦେଖାଇଲେ ଶ୍ରୀମନ୍ଦିରକୁ ଅନୁମତି

ପୁରୀ (ଓଡ଼ିଶା ରିପୋର୍ଟର): କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ନଥିଲେ ମହାପ୍ରଭୁଙ୍କୁ ଦର୍ଶନ ହେବନାହିଁ। ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ବାଧ୍ୟତା ମୂଳକ କରାଯାଇଛି। ପୁରୀ ବାହାରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କିଷନ୍‌ କୁମାର। ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିଥିଲା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି। ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି-“ଶ୍ରୀମନ୍ଦିର ଖୋଲିବା […]

puji-jagannath-temple-will-open-in-night

Manoranjan Sial
  • Published: Saturday, 12 December 2020
  • Updated: 12 December 2020, 03:59 PM IST

ପୁରୀ (ଓଡ଼ିଶା ରିପୋର୍ଟର): କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ନଥିଲେ ମହାପ୍ରଭୁଙ୍କୁ ଦର୍ଶନ ହେବନାହିଁ। ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ବାଧ୍ୟତା ମୂଳକ କରାଯାଇଛି। ପୁରୀ ବାହାରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କିଷନ୍‌ କୁମାର।

ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିଥିଲା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି। ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି-“ଶ୍ରୀମନ୍ଦିର ଖୋଲିବା ନେଇ ଦୁଇ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାର ଅନୁମତି ଦେଲା ପରେ ୨୨ରୁ ୨୪ ତାରିଖ ମଧ୍ୟରେ ଶ୍ରୀମନ୍ଦିର ଖୋଲିଦିଆଯିବ। ଦର୍ଶନ ସମୟରେ କୋଭିଡ୍‌ କଟକଣା ଜାରି ରହିବ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରଥମେ ପୁରୀ ଜିଲ୍ଲାବାସୀଙ୍କୁ ଅନୁମତି ମିଳିବ। ସବୁ ଶୃଙ୍ଖଳିତ ଭାବେ ଚାଲିଲେ ୭ ଦିନ ପରେ ପୁରୀ ଜିଲ୍ଲା ବାହାର ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ।”

ସେ ଆହୁରି କହିଛନ୍ତି-“ନୂଆବର୍ଷରେ ମୋହଦଧୀରେ ବୁଡ଼ ପକାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥା’ନ୍ତି। ତେବେ ଏହି ଭିଡ଼କୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ୩ ତାରିଖ ଠାରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ କରାଯିବ। ପୁରୀ ଜିଲ୍ଲା ଓ ବାହାରୁ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଦର୍ଶନ ବ୍ୟବସ୍ଥା ପାଇଁ ଏକ ଏସ୍ଓପି ଜାରି କରାଯିବ। ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ସାନିଟାଇଜର ଲଗାଇବା ଜରୁରୀ କରାଯିବ। ଶ୍ରୀମନ୍ଦିର ୪ ଦ୍ୱାରରେ ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ସାନିଟାଇଜର ଦିଆଯିବ। ଜିଲ୍ଲା ବାହାର ଲୋକଙ୍କୁ କୋଭିଡ୍‌ ନେଗେଟିଭ ରିପୋର୍ଟ ଦେବାକୁ ପଡ଼ିବ। ଯେଉଁ ଭକ୍ତ କୋଭିଡ୍‌ ନେଗେଟିଭ ରିପୋର୍ଟ ଦେଖାଇପାରିବେ ନାହିଁ, ସେମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯିବ। ୬୫ ବର୍ଷରୁ ଅଧିକ ବୟସ୍କ ଓ ପିଲାଙ୍କୁ ନଆସିବାକୁ ଅନୁରୋଧ କରାଯିବ। ୩ ତାରିଖ ଠାରୁ ପ୍ରଥମ ସପ୍ତାହରେ ପ୍ରତି ଦିନ ୫୦୦୦ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ। ସବୁ ଠିକ୍‌ଠାକ୍‌ ଚାଲିଲେ ମାସେ ବା ୨ ମାସ ମଧ୍ୟରେ ଅଧିକ ଦର୍ଶନାର୍ଥୀଙ୍କୁ ଅନୁମତି ମିଳିପାରିବ।”

ଭୋଗ, ଫୁଲ ଓ ଦୀପ ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ଏସ୍‌ଓପି ଜାରି କରାଯିବ। କିନ୍ତୁ କରୋନା କଟକଣା ଜାରି ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story