୨୫ରେ ସାରା ରାତି ଖୋଲା ରହିବ ଶ୍ରୀମନ୍ଦିର

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୫ ତାରିଖରେ ସାରା ରାତି ଖୋଲା ରହିବ ଶ୍ରୀମନ୍ଦିର। ସେଦିନ ସୂର୍ଯ୍ୟ ପରାଗ ପଡ଼ୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଆଜି ପୁରୀରେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ମହାପ୍ରଭୁଙ୍କ ପହିଲି ଭୋଗ, ସୂର୍ଯ୍ୟ ପରାଗ ନୀତିକାନ୍ତି ନେଇ ଆଲୋଚନା ହୋଇଛି। ସୂର୍ଯ୍ୟ […]

puri.jpg11

Manoranjan Sial
  • Published: Wednesday, 18 December 2019
  • , Updated: 18 December 2019, 05:55 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୫ ତାରିଖରେ ସାରା ରାତି ଖୋଲା ରହିବ ଶ୍ରୀମନ୍ଦିର। ସେଦିନ ସୂର୍ଯ୍ୟ ପରାଗ ପଡ଼ୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଆଜି ପୁରୀରେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ମହାପ୍ରଭୁଙ୍କ ପହିଲି ଭୋଗ, ସୂର୍ଯ୍ୟ ପରାଗ ନୀତିକାନ୍ତି ନେଇ ଆଲୋଚନା ହୋଇଛି। ସୂର୍ଯ୍ୟ ପରାଗ ପୂର୍ବଦିନ ମନ୍ଦିର ରାତିସାରା ଖୋଲା ରହିବ। ଏହାସହ ପରାଗ ସ୍ପର୍ଶ ହେଲେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ। ସେହି ଅନୁସାରେ ନୀତିକାନ୍ତି ହେବ।

ଆସନ୍ତା ୨୬ତାରିଖ ଗୁରୁବାର ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ। କିଭଳି ସୂର୍ଯ୍ୟ ପରାଗରେ ନୀତିକାନ୍ତି ସ୍ୱଚାରୂ ରୂପେ କରାଯିବ, ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି। ସକାଳ ୮ଘଣ୍ଟା ୨୦ମିନିଟ ୮ ସେକେଣ୍ଡରେ ପରାଗ ସ୍ପର୍ଶ ହେଉଥିବା ବେଳେ ସର୍ବ ମୋକ୍ଷ ୧୧ଟା ୨୯ ମିନିଟ ୧୦ ସେକେଣ୍ଡ ରହିଛି। ଗ୍ରହଣ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ବୁଧବାର ରାତି ୮ଘଣ୍ଟା ୨୦ମିନିଟରୁ ପାକତ୍ୟାଗ କରାଯିବ। ଅନ୍ନ ଭୋଜନ ଓ ଦେବନୀତି ନିଷେଧ ରହିଛି। ତେବେ ଡିସେମ୍ବର ୨୫ ତାରିଖ ସାରା ରାତି ମହାପ୍ରଭୁ ଉଜାଗର ରହିବେ। ଆଉ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଗ୍ରହଣ ସ୍ପର୍ଶଠାରୁ ଆରମ୍ଭ ହେବ ଦେବନୀତି। ସକାଳ ୮ଘଣ୍ଟା ୨୦ ମିନିଟ ୮ ସେକେଣ୍ଡଠାରୁ ଗ୍ରହଣ ମହାସ୍ନାନ, ତଡପ, ମଇଲମ, ମଙ୍ଗଳଆଳତୀ, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରାପାଳ ପୂଜା, ଗ୍ରହଣ ଖଇକୋର ଭୋଗ, ଗୋପାଳ ବଲ୍ଲଭ, ପହିଲି ଭୋଗ, ସକାଳଧୂପ ନୀତି ଆଦି କରାଯିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।

ସେପଟେ ଏହି ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟପରାଗ ସବୁଠାରୁ ଅଧିକ ସମୟ ଦୃଶ୍ୟମାନ ହେବ। ପ୍ରାୟ ୩ଘଣ୍ଟା ୯ ମିନିଟ ୨ ସେକେଣ୍ଡ ଧରି ଦୃଶ୍ୟମାନ ହେବ। ବୁଧବାର ରାତି ୮ଟା ୨୦ ଠାରୁ ପାକତ୍ୟାଗ କରାଯିବା ସହ ଅନ୍ନ ଭୋଜନ ଓ ଦେବନୀତି ନିଷେଧ ବୋଲି ଜ୍ୟୋତିର୍ବିଦ କହିଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଗ୍ରହଣ ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ। ସବୁ ପାକ ତ୍ୟାଗଠାରୁ ଗ୍ରହଣ ସ୍ପର୍ଶ ଏବଂ ସର୍ବ ମୋକ୍ଷ ପର୍ଯ୍ୟନ୍ତ ପ୍ରତି ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଥାଏ, କିନ୍ତୁ ଶ୍ରୀମନ୍ଦିର ନୀତିକାନ୍ତି କରାଯାଏ। ଏହି ସୂର୍ଯ୍ୟପରାଗ ମେଷ, ବୃଷ, ମିଥୁନ, ଧନୁ, ମକର, ମୀନ ରାଶି ପାଇଁ ଅଶୁଭ ହୋଇଥିବା ବେଳେ  କର୍କଟ, ସିଂହ, ତୁଳା ବିଛା, କନ୍ୟା କୁମ୍ଭ ରାଶି ପାଇଁ ଶୁଭଙ୍କର ହେବ ବୋଲି କହିଛନ୍ତି ଜ୍ୟୋତିର୍ବିଦ।

ଗରାବଡୁ ନିଯୋଗ ସଂପାଦକ ରଜତ କୁମାର ପ୍ରତିହାରୀ କହିଛନ୍ତି-“ଆସନ୍ତା ୨୬ ତାରିଖରେ ସୂର୍ଯ୍ୟ ପରାଗ ପଡ଼ୁଛି। ଏହା ପୂର୍ବଦିନ ରାତିତମାମ ଶ୍ରୀମନ୍ଦିର ଖୋଲା ରହିବ। ସେହି ହିସାବରେ ମହାପ୍ରଭୁଙ୍କ ନୀତିକାନ୍ତି ହେବ। ୩୧ ତାରିଖ ରାତି ୧୧ରେ ମହାପ୍ରଭୁଙ୍କର ପହୁଡ ପଡ଼ିବ। ନୂଆବର୍ଷ ଦିନ ରାତି ୨୨ଟାରେ ମହାପ୍ରଭୁଙ୍କ ପହୁଡ ଖୋଲିବ। ତା’ପରେ ଭକ୍ତମାନେ ଧାଡ଼ିରେ ଯାଇ ମାହାପ୍ରଭୁଙ୍କୁ ଦର୍ଶନ କରିପାରିବେ।”

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର କହିଛନ୍ତି-“ଆଜି ନୀତିକାନ୍ତି ଉପରେ ଆଲୋଚନା ହେଲା। ସମସ୍ତେ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।”

Related story