ଅଧାରେ ରହିଲା ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା: ସରିଗଲା କମିଶନଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧାରେ ଅଟକିଗଲା ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା। ଆଉ ବଢ଼ିଲାନି ସଂସ୍କାର ଲାଗି ଗଠିତ କମିଶନଙ୍କ କାର୍ଯ୍ୟାକାଳ। ଏଭଳି ସ୍ଥିତିରେ ଜଷ୍ଟିସ୍ ବି.ପି. ଦାଶ କମିଶନଙ୍କ ତଦନ୍ତ ପ୍ରକ୍ରିୟା ଓ ଶ୍ରୀମନ୍ଦିରରେ ସଂସ୍କାର ମୂଳକ ସୁପାରିଶ ମଧ୍ୟ ଅଧାରେ ଅଟକି ଯାଇଛି। କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଜାନୁଆରୀ ୨୨ ତାରିଖରୁ ସରିଲାଣି। କାର୍ଯ୍ୟକାଳ ବଢ଼ାଇବା ପାଇଁ ଦୁଇ ଦୁଇ ଥର ବି ସରକାରଙ୍କୁ ଚିଠି ଲେଖି ସାରିଲାଣି କମିଶନଙ୍କ କାର୍ଯ୍ୟାଳୟ। ପ୍ରଥମ ଚିଠି ଡିସେମ୍ବର ୧୮ […]

untitle_Fotor_Collage

Rakesh Mallick
  • Published: Friday, 02 February 2018
  • , Updated: 02 February 2018, 08:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧାରେ ଅଟକିଗଲା ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା। ଆଉ ବଢ଼ିଲାନି ସଂସ୍କାର ଲାଗି ଗଠିତ କମିଶନଙ୍କ କାର୍ଯ୍ୟାକାଳ। ଏଭଳି ସ୍ଥିତିରେ ଜଷ୍ଟିସ୍ ବି.ପି. ଦାଶ କମିଶନଙ୍କ ତଦନ୍ତ ପ୍ରକ୍ରିୟା ଓ ଶ୍ରୀମନ୍ଦିରରେ ସଂସ୍କାର ମୂଳକ ସୁପାରିଶ ମଧ୍ୟ ଅଧାରେ ଅଟକି ଯାଇଛି। କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଜାନୁଆରୀ ୨୨ ତାରିଖରୁ ସରିଲାଣି। କାର୍ଯ୍ୟକାଳ ବଢ଼ାଇବା ପାଇଁ ଦୁଇ ଦୁଇ ଥର ବି ସରକାରଙ୍କୁ ଚିଠି ଲେଖି ସାରିଲାଣି କମିଶନଙ୍କ କାର୍ଯ୍ୟାଳୟ। ପ୍ରଥମ ଚିଠି ଡିସେମ୍ବର ୧୮ ଓ ଜାନୁଆରୀ ୨୭ରେ ରିମାଇଣ୍ଡର ବି ଲେଖା ହୋଇଛି। ହେଲେ ସରକାରଙ୍କ ପକ୍ଷରୁ ତା ଉପରେ କୌଣସି ଉତ୍ତର ଆସିନଥିବା କହିଛନ୍ତି କମିଶନଙ୍କ ସଚିବ ବିଭୁ ପ୍ରସନ୍ନ ପରିଜା।

୨୦୧୫ ନିଳାଦ୍ରୀବିଜେ ବିଶୃଙ୍ଖଳା ପରେ ଶ୍ରୀମନ୍ଦିରରେ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ ଜୁଲାଇ ୨୩ରେ ବିଧିବଦ୍ଧ ଭାବେ ଗଠନ କରାଯାଇଥିଲା। ଜଷ୍ଟିସ୍ ବି.ପି. ଦାଶ କମିଶନ ଶ୍ରୀଜୀଉଙ୍କ ନୀତିକାନ୍ତି, ସେବା ପୂଜା, ଶୃଙ୍ଖଳିତ ଦର୍ଶନ, ପରମ୍ପରାର ସୁରକ୍ଷା, ସେବାୟତଙ୍କ ଆଚରଣ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ପ୍ରଶାସନିକ ସ୍ତରରେ ସଂସ୍କାର ଆଦି ଦିଗକୁ ନେଇ ସୁପାରିଶକୁ ଧ୍ୟାନ ଦେଇଥିଲେ କମିଶନ। ଏମିତିକି ଦୁଇଟି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ମଧ୍ୟ ସରକାରଙ୍କୁ ଦେଇ ସାରିଛନ୍ତି। ଆହୁରି କିଛି ସଂସ୍କାର ମୂଳକ ପଦକ୍ଷେପ ମଧ୍ୟ ଅଧାରେ ରହିଯାଇଛି। ଏଭଳି ସ୍ଥିତିରେ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାନଯିବାକୁ ନେଇ ଶ୍ରୀମନ୍ଦିର ସେବାୟତ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା।

Related story