ପୁରୀ: ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କୁ ମାଡ଼, ୨ ଆହତ

ପୁରୀ: ସ୍ୱର୍ଗଦ୍ୱାର ଛକ ନିକଟରେ ଜଣେ ଉଠା ଦୋକାନୀଙ୍କ ଆକ୍ରମଣରେ ୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତ ପର୍ଯ୍ୟଟକମାନେ ହେଲେ ପଶ୍ଚିମବଙ୍ଗର ସୁଦୀପ ବାନାର୍ଜୀ ଏବଂ ତାଙ୍କ ମାଆ। ପୁରୀ ବେଳାଭୂମିରେ ବୁଲୁଥିବା ବେଳେ ଏକ ପାଚେରୀ ଉପରେ ବସି ପଡିଥିଲେ ଉଭୟ। ଦୋକାନୀ ଜଣଙ୍କ ସେଠାରେ ବସିବାକୁ ସୁଦୀପ ଓ ତାଙ୍କ ମାଆଙ୍କୁ ବାରଣ କରିଥିଲେ। ପରେ ସେମାନଙ୍କୁ ଧକ୍କା ମାରିବା ସହ ପାଉଁଶ ଫାଳିଆରେ ଆକ୍ରମଣ କରିଥିଲେ। ଏ ନେଇ ସୁଦୀପ ସି-ବିଚ୍‌ […]

puri

Rakesh Mallick
  • Published: Sunday, 03 April 2016
  • , Updated: 03 April 2016, 09:28 AM IST

ପୁରୀ: ସ୍ୱର୍ଗଦ୍ୱାର ଛକ ନିକଟରେ ଜଣେ ଉଠା ଦୋକାନୀଙ୍କ ଆକ୍ରମଣରେ ୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତ ପର୍ଯ୍ୟଟକମାନେ ହେଲେ ପଶ୍ଚିମବଙ୍ଗର ସୁଦୀପ ବାନାର୍ଜୀ ଏବଂ ତାଙ୍କ ମାଆ।

ପୁରୀ ବେଳାଭୂମିରେ ବୁଲୁଥିବା ବେଳେ ଏକ ପାଚେରୀ ଉପରେ ବସି ପଡିଥିଲେ ଉଭୟ। ଦୋକାନୀ ଜଣଙ୍କ ସେଠାରେ ବସିବାକୁ ସୁଦୀପ ଓ ତାଙ୍କ ମାଆଙ୍କୁ ବାରଣ କରିଥିଲେ। ପରେ ସେମାନଙ୍କୁ ଧକ୍କା ମାରିବା ସହ ପାଉଁଶ ଫାଳିଆରେ ଆକ୍ରମଣ କରିଥିଲେ। ଏ ନେଇ ସୁଦୀପ ସି-ବିଚ୍‌ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁଇ ଆକ୍ରମଣକାରୀଙ୍କୁ ଅଟକ ରଖିଛି।

Related story