ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜାରି ହେଲା ୨୪ ଘଣ୍ଟିଆ ଟୁରିଷ୍ଟ୍ ହେଲପ୍ ଲାଇନ୍। ପୁରୀ ପୁଲିସ ପକ୍ଷରୁ ଏହି ହେଲପ୍ ଲାଇନ୍ ନମ୍ୱର ଜାରି କରାଯାଇଛି। 6370967100 ନମ୍ୱରରେ କୌଣସି ପର୍ଯ୍ୟଟକ ଫୋନ୍ କଲେ ସଙ୍ଗେ ସଙ୍ଗେ ସହାୟତା ଯୋଗାଇ ଦିଆଯିବ।
ପଶ୍ଚିମବଙ୍ଗରୁ କେତେକ ପର୍ଯ୍ୟଟକ ଫେବ୍ରୁଆରୀ ୧ ତାରିଖରେ ପୁରୀକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ଜଣେ ବସ୍ ଚାଳକ ପର୍ଯ୍ୟଟକଙ୍କୁ ମାଡ଼ ମାରିଥିଲା। ଏନେଇ ପୁରୀ ସି-ବିଚ୍ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଡ୍ରାଇଭରକୁ ଗିରଫ କରିଥିଲା। ଏହା ପରେ ପୁରୀ ପୁଲିସ ପକ୍ଷରୁ ଟୁରିଷ୍ଟ ହେଲ୍ପଲାଇନ ନମ୍ୱର ଜାରି କରାଯାଇଛି। ଏହି ନମ୍ୱର ସମସ୍ତ ଟୁରିଷ୍ଟ ବସ ଓ ଯାତ୍ରୀବାହୀ ବସରେ ଲେଖାଯିବ। ପର୍ଯ୍ୟଟକମାନେ କୌଣସି ସମସ୍ୟାରେ ପଡିଲେ, ସେହି ହେଲପ୍ ଲାଇନ ନମ୍ୱରରେ ଫୋନ୍ କଲେ ତୁରନ୍ତ ସହଯୋଗ ଯୋଗାଇଦେବ ପୁରୀ ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।