ସାବଧାନ! ଜଗିଛି ସୁଭଦ୍ରାବାହିନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦମାସ୍‌ ହୁସିଆର୍‌। ରଥ ଯାତ୍ରା ସମୟରେ ପୁରୀ ଷ୍ଟେସନ୍‌ରେ କୌଣସି ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର ବା ଅସଦାଚରଣ କଲେ ଫସିବ। କାରଣ ଆପଣଙ୍କୁ ଜଗିଛି ସିସିଟିଭି। ଆଉ ପହରା ଦେଉଛନ୍ତି ‘ସୁଭଦ୍ରା ବାହିନୀ’। ଏନେଇ ସୂଚନା ଦେଇଛନ୍ତି ରେଳବାଇ ଡିଭିଜନାଲ ମ୍ୟାନେଜର ବ୍ରଜ ମୋହନ ଅଗ୍ରୱାଲ। ପବିତ୍ର ରଥଯାତ୍ରା ପାଇଁ ଇଷ୍ଟକୋଷ୍ଟ ରେଲେୱ ପକ୍ଷରୁ ୧୮୪ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଆସନ୍ତା ୧୪ ତାରିଖରୁ ୨୩ ତାରିଖ ମଧ୍ୟରେ ଏସବୁ ଟ୍ରେନ୍ […]

puri railwaya station

Rakesh Mallick
  • Published: Thursday, 05 July 2018
  • , Updated: 05 July 2018, 09:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦମାସ୍‌ ହୁସିଆର୍‌। ରଥ ଯାତ୍ରା ସମୟରେ ପୁରୀ ଷ୍ଟେସନ୍‌ରେ କୌଣସି ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର ବା ଅସଦାଚରଣ କଲେ ଫସିବ। କାରଣ ଆପଣଙ୍କୁ ଜଗିଛି ସିସିଟିଭି। ଆଉ ପହରା ଦେଉଛନ୍ତି ‘ସୁଭଦ୍ରା ବାହିନୀ’। ଏନେଇ ସୂଚନା ଦେଇଛନ୍ତି ରେଳବାଇ ଡିଭିଜନାଲ ମ୍ୟାନେଜର ବ୍ରଜ ମୋହନ ଅଗ୍ରୱାଲ।

ପବିତ୍ର ରଥଯାତ୍ରା ପାଇଁ ଇଷ୍ଟକୋଷ୍ଟ ରେଲେୱ ପକ୍ଷରୁ ୧୮୪ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଆସନ୍ତା ୧୪ ତାରିଖରୁ ୨୩ ତାରିଖ ମଧ୍ୟରେ ଏସବୁ ଟ୍ରେନ୍ ପୁରୀକୁ ଚଳାଚଳ ଆରମ୍ଭ କରିବ। ଏଥିସହିତ ୬୦ଟି ଅଧିକ ଟିକେଟ କାଉଣ୍ଟର ଖୋଲାବାକୁ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ୫୫୦ ଆର୍‌ପିଏଫ୍, ୬୦୦ ଜିଆର୍‌ପି, ୪ଟି ଡଗ୍ ସ୍କ୍ୱାର୍ଡ ସହ ମହିଳାଙ୍କ ସୁରକ୍ଷା ପାଇଁ ସୁଭଦ୍ରା ବାହିନୀ ନିୟୋଜିତ କରାଯିବାର ବ୍ୟବସ୍ଥା କରାଯାଇଛି। ଏହାସହ ବିଭିନ୍ନ ଷ୍ଟେସନରେ ସିସି ଟିଭି, ପୁରୀରେ ୨ଟି ଡ୍ରୋନ୍ କ୍ୟାମେରା ମଧ୍ୟ ବ୍ୟବହାର କରାଯିବ। ସେହିଭଳି ରଥଯାତ୍ରା ସମୟରେ ଟ୍ରେନ୍ ଭିତରେ ଓ ରେଳ ଷ୍ଟେସନରେ ଖାଦ୍ୟ ସହ ପିଇବା ପାଣିର ଯାଞ୍ଚ କଡାକଡି କରାଯିବ। ଟ୍ରେନ୍ ସଂପର୍କରେ ତଥ୍ୟ ଜାଣିବା ପାଇଁ ମୋବାଇଲ୍ ଆପ୍ ପ୍ରଚଳନ କରାଯିବ ବୋଲି ଡିଆର୍‌ଏମ୍ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟେଲଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ଚକ୍ରଧରପୁର ଓ ପାରଳାଖେମୁଣ୍ଡିରୁ ଟ୍ରେନ୍ ଚଳାଇବାକୁ ଚିଠିରେ ଅନୁରୋଧ କରିଛନ୍ତି। ଏହି ଟ୍ରେନ୍‌ ଚଳାଚଳ କଲେ ଛତିଶଗଡ଼ ଓ ଝାଡ଼ଖଣ୍ଡର ଲୋକେ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

Related story