ରଥ ନିର୍ମାଣ କାଠ ଆଣିବାକୁ ପୁରୀରୁ ନୟାଗଡ଼ ଗଲେ ସେବାୟତ ଓ କର୍ମଚାରୀ ଦଳ

ପୁରୀ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆବଶ୍ୟକ ରଥ କାଠ ଯୋଗାଡ଼ ନିମନ୍ତେ ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ନୟାଗଡ଼ ବାହାରି ଯାଇଛନ୍ତି ସେବାୟତ ଓ କର୍ମଚାରୀ ଦଳ। ଯାହା ଭିତରେ ରହିଛନ୍ତି ଶ୍ରୀମନ୍ଦିର କାର୍ଯ୍ୟାଳୟର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ଭୋଇ ସର୍ଦାର ରବି ଭୋଇ ଓ ରଥ ଅମିନ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ମାଳ, ମାହାପ୍ରସାଦ, ଖଣ୍ଡୁଆ, ଫତନୀ, ଶ୍ରୀଫଳ ଧରି ଏହି ସେବାୟତ ଓ କର୍ମଚାରୀ […]

ratha

  • Published: Monday, 26 December 2022
  • , Updated: 26 December 2022, 08:10 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆବଶ୍ୟକ ରଥ କାଠ ଯୋଗାଡ଼ ନିମନ୍ତେ ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ନୟାଗଡ଼ ବାହାରି ଯାଇଛନ୍ତି ସେବାୟତ ଓ କର୍ମଚାରୀ ଦଳ। ଯାହା ଭିତରେ ରହିଛନ୍ତି ଶ୍ରୀମନ୍ଦିର କାର୍ଯ୍ୟାଳୟର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ଭୋଇ ସର୍ଦାର ରବି ଭୋଇ ଓ ରଥ ଅମିନ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ମାଳ, ମାହାପ୍ରସାଦ, ଖଣ୍ଡୁଆ, ଫତନୀ, ଶ୍ରୀଫଳ ଧରି ଏହି ସେବାୟତ ଓ କର୍ମଚାରୀ ଦଳ ନୟାଗଡ଼ ବଡମୂଳର ବଡରାଉଳ ଠାକୁରାଣୀଙ୍କ ପୀଠରେ ପହଞ୍ଚିବେ। ସେଠାରେ ଠାକୁରାଣୀଙ୍କ ଆଶୀର୍ବାଦ ନେଇ ଆସନ୍ତାକାଲି ଠାରୁ ରଥ କାଠ ଗଛ ଚିହ୍ନଟ କରାଯାଇ କଟାଯିବ।

ଆବଶ୍ୟକ ଥିବା ରଥକାଠ ମଧ୍ୟରେ ରହିଛି ଧଉରା, ଅସନ ଓ ଫାସୀ ପ୍ରଭୃତି। ଏନେଇ ସୁଦର୍ଶନ ମେକାପ କହିଛନ୍ତି, ଚଳିତ ବର୍ଷ ରଥଯାତ୍ରା ପାଇଁ ୭୪୭ଖଣ୍ଡ କାଠର ଆବଶ୍ୟକତା ରହିଛି। ୧୧୮ ଖଣ୍ଡ ରଥ କାଠ ଗତବର୍ଷରୁ ବଳକା ରହିଛି। ଆବଶ୍ୟକ ଥିବା ରଥକାଠ ଭିତରୁ ୩୪୧ ଖଣ୍ଡ ବଡଦାଣ୍ଡ ରଥଖଳାକୁ ଆସିବ। ବାକି ରଥକାଠ କରତକଳକୁ ଯିବ। ଚିରଟ ପରେ ରଥଖଳାକୁ ଆସି ଆବଶ୍ୟକ କାମରେ ଲାଗିବ।

Related story