ମହାପ୍ରଭୁଙ୍କର ରଥ ନିର୍ମାଣ ହେବ ! କ’ଣ କହିଲେ ଗଜପତି ମହାରାଜ

ପୁରୀ(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ପାଇଁ ଅଟକି ରହିଥିବା ରଥ ନିର୍ମାଣ କାର୍ଯ୍ୟକୁ ନେଇ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ରଥ ନିର୍ମାଣ କରିବାକୁ ପରିଚାଳନା କମିଟି ବୈଠକରେ ସୁପାରିଶ କରାଯାଇଛି। କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ, ରଥ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ। ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ନୀତି ବିଧି ମୁତାବକ ପାଳନ ହୋଇଛି। ଏଯାଏ କିନ୍ତୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନି। ଆମେ […]

Ratha-Nirmana

Tapas Behera
  • Published: Monday, 04 May 2020
  • , Updated: 04 May 2020, 06:27 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ପାଇଁ ଅଟକି ରହିଥିବା ରଥ ନିର୍ମାଣ କାର୍ଯ୍ୟକୁ ନେଇ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ରଥ ନିର୍ମାଣ କରିବାକୁ ପରିଚାଳନା କମିଟି ବୈଠକରେ ସୁପାରିଶ କରାଯାଇଛି। କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ, ରଥ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ। ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ନୀତି ବିଧି ମୁତାବକ ପାଳନ ହୋଇଛି। ଏଯାଏ କିନ୍ତୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନି। ଆମେ ନୂଆ ଗାଇଡଲାଇନକୁ ଅପେକ୍ଷା କରିଥିଲୁ। ନୂଆ ଗାଇଡଲାଇନ ଅନୁସାରେ ରଥ ନିର୍ମାଣ ପାଇଁ ସମ୍ମତି ହୋଇଛି। ପୁରୀ ଗ୍ରୀନ ଜୋନରେ ଆସୁଥିବାରୁ ରଥ ନିର୍ମାଣ କରାଯାଇପାରିବ। ଗ୍ରୀନ ଜୋନରେ ଶ୍ରମ ଭିତ୍ତିକ କାର୍ଯ୍ୟ ପାଇଁ ଅନୁମତି ମିଳିଛି। ରଥ ଶ୍ରମ ଭିତ୍ତିକ କାର୍ଯ୍ୟ ହୋଇଥିବାରୁ ନିର୍ମାଣ କରାଯାଇପାରିବ।

ଗଜପତି ମହାରାଜା ଦିବ୍ୟସିଂହଦେବ କହିଛନ୍ତି ଯେ, ରଥ ନିର୍ମାଣ କାର୍ଯ୍ୟ ଏକ ନିର୍ମାଣ କାର୍ଯ୍ୟ। ଏହା ଧାର୍ମିକ ଉତ୍ସବ ନୁହଁ । ଯେହେତୁ ପୁରୀ ଗ୍ରୀନ୍‌ ଜୋନ୍‌ରେ ଆସୁଛି ରଥ ନିର୍ମାଣ କାର୍ଯ୍ୟ ହୋଇପାରିବ ବୋଲି ଗଜପତି ମହାରାଜା ଦିବ୍ୟସିଂହଦେବ କହିଛନ୍ତି।

ତେବେ କରୋନା ଗାଇଲଡଲାଇନ୍‌ ସାମାଜିକ ଦୂରତ୍ୱ ରଖ୍ୟା କରାଯାଇ ରଥ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ଦିବ୍ୟସିଂହଦେବ କହିଛନ୍ତି। ସେ ଆହୁରି କହିଛନ୍ତି ରଥ ଯାତ୍ରା ଏକ ଧାର୍ମିକ ଉତ୍ସବ। କିନ୍ତୁ ରଥ ନିର୍ମାଣ କାର୍ଯ୍ୟ ଏକ ଧାର୍ମିକ ଉତ୍ସବ ନୁହଁ।  ଯଦି କେନ୍ଦ୍ର ସରକାର ସେ ସମୟରେ ପରିସ୍ଥିତିକୁ ଦେଖି ରଥ ଯାତ୍ରା ହେବ ନାହିଁ ବୋଲି କହିବେ ତେବେ ସେହି ନିଷ୍ପତ୍ତି ମାନିନିଆଯିବ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ହେବା କଥା। କିନ୍ତୁ ଲକଡାଉନ୍‌ କଟକଣା ଯୋଗୁ ରଥ କାର୍ଯ୍ୟ ବନ୍ଦ ରହିଥିଲା।

Related story