ରୋଗୀ ମୃତ୍ୟୁକୁ  ନେଇ ପୁରୀ ଡାକ୍ତରଖାନାରେ ଭଙ୍ଗାରୁଜା

ପୁରୀ:  ଚିକିତ୍ସା ଅବହେଳାରୁ  ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ଗତକାଲି ରାତିରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଉତ୍ତେଜନା ପ୍ରକାଶ ପାଇଥିଲା। ବାଟଗାଁର ନବକିଶୋର  ଜେନା ହୃଦ୍‌ଘାତରେ ଆକ୍ରାନ୍ତ ହେବାରୁ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ନବକିଶୋରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଚିକିତ୍ସା ଅବହେଳାରୁ  ନବକିଶୋରଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରି ଡାକ୍ତରଖାନାର ଚେୟାର ଟେବୁଲ୍‌ ଆଦି ଭାଙ୍ଗିବା ସହ ରେଜିଷ୍ଟ୍ରେସନ୍‌ କାଉଣ୍ଟରରରେ ଥିବା ୩ଟି […]

puri

Rakesh Mallick
  • Published: Thursday, 18 August 2016
  • , Updated: 18 August 2016, 12:05 PM IST

ପୁରୀ:  ଚିକିତ୍ସା ଅବହେଳାରୁ  ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ଗତକାଲି ରାତିରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଉତ୍ତେଜନା ପ୍ରକାଶ ପାଇଥିଲା। ବାଟଗାଁର ନବକିଶୋର  ଜେନା ହୃଦ୍‌ଘାତରେ ଆକ୍ରାନ୍ତ ହେବାରୁ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ନବକିଶୋରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଚିକିତ୍ସା ଅବହେଳାରୁ  ନବକିଶୋରଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରି ଡାକ୍ତରଖାନାର ଚେୟାର ଟେବୁଲ୍‌ ଆଦି ଭାଙ୍ଗିବା ସହ ରେଜିଷ୍ଟ୍ରେସନ୍‌ କାଉଣ୍ଟରରରେ ଥିବା ୩ଟି କମ୍ପ୍ୟୁଟର, ଏସି, ଲାଇଟ୍‌ ଓ ଅକ୍ସଜେନ୍‌ ସିଲିଣ୍ଡର ଆଦି ଭାଙ୍ଗି ଦେଇଥିଲେ।

ପୋଲିସ୍‌ ଉପସ୍ଥିତିରେ ଏଭଳି ଲଙ୍କାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।

ଡାକ୍ତର ଓ କର୍ମଚାରୀଙ୍କୁ ମାଡ଼ ମାରିଲେ ରୋଗୀ ସେବା କିଭଳି କରାଯିବ ବୋଲି ପୁରୀ ଅତିରିକ୍ତ ଚିକିତ୍ସାଧିକାରୀ ପ୍ରଶ୍ନ କରିଛନ୍ତି।

 ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ପୋଲିସ୍‌ କହିଛି।

Related story