ଅସଙ୍ଗତି ଦୂର ହେଲା! ଥମିଲା ଅଧିକୃତ ସେବାୟତ ଓ ଅନଧିକୃତ ସେବାୟତ ବିବାଦ

ପୁରୀ: ଥମିଲା ଅଧିକୃତ ସେବାୟତ ଓ ଅନଧିକୃତ ସେବାୟତ ବିବାଦ। ଶ୍ରୀଜିଉଙ୍କୁ ସେବାୟତଙ୍କ ସ୍ପର୍ଶ ପ୍ରସଙ୍ଗରେ ଆଜି ବସିଥିବା ସେବାୟତ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଥିବା ଉଭୟ ପକ୍ଷ କହିଛନ୍ତି। ଆଜି ଉଭୟ ପକ୍ଷ ମଧ୍ୟରେ ବସିଥିବା ଅନୌପଚାରିକ ଆଲୋଚନା ପରେ ଏହି ବିବାଦ ସମାଧାନ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ସେବାୟତ ଓ ପ୍ରଶାସନ ମଧ୍ୟରେ ଥିବା ଭୁଲ୍  ବୁଝାମଣା ଦୂର ହୋଇଛି। ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଶାନ୍ତିଶୃଙ୍ଖଳାର […]

puri

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 11:13 PM IST

ପୁରୀ: ଥମିଲା ଅଧିକୃତ ସେବାୟତ ଓ ଅନଧିକୃତ ସେବାୟତ ବିବାଦ। ଶ୍ରୀଜିଉଙ୍କୁ ସେବାୟତଙ୍କ ସ୍ପର୍ଶ ପ୍ରସଙ୍ଗରେ ଆଜି ବସିଥିବା ସେବାୟତ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଥିବା ଉଭୟ ପକ୍ଷ କହିଛନ୍ତି। ଆଜି ଉଭୟ ପକ୍ଷ ମଧ୍ୟରେ ବସିଥିବା ଅନୌପଚାରିକ ଆଲୋଚନା ପରେ ଏହି ବିବାଦ ସମାଧାନ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ସେବାୟତ ଓ ପ୍ରଶାସନ ମଧ୍ୟରେ ଥିବା ଭୁଲ୍  ବୁଝାମଣା ଦୂର ହୋଇଛି। ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ହେବ ବୋଲି ସେବାୟତମାନେ ମୁଖ୍ୟ ପ୍ରଶାସକଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Related story