ଶ୍ରୀମନ୍ଦିର ସଂସ୍କାର: ସୁପ୍ରିମକୋର୍ଟଙ୍କ ପ୍ରସ୍ତାବକୁ ଶଙ୍କରାଚାର୍ଯ୍ୟ ଗ୍ରହଣ କରିବାକୁ ଦେଲେ ଇସାରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଶ୍ରୀମନ୍ଦିର ସଂସ୍କାରକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜା ପ୍ରତିକ୍ରିୟା ରଖିଛନ୍ତି। ଗୋବର୍ନ୍ଧନ ମଠ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଛନ୍ତି ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ, ଶାସ୍ତ୍ରୀୟ, ଆଧ୍ୟାତ୍ମିକ ଓ ଧାର୍ମିକ ଦୃଷ୍ଟିକୋଣରୁ ଶ୍ରୀମନ୍ଦିରର ସଂଚାଳନର ଦାୟିତ୍ୱ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ରହିବା ଆବଶ୍ୟକ। ଫଳରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସେବା ପୂଜା, ବିଧିବିଧାନ ଶାସ୍ତ୍ରୀୟମତ ଏବଂ ପରମ୍ପରାନୁଯାୟୀ ସମ୍ପନ୍ନ ହୋଇପାରିବ। ଶ୍ରୀମନ୍ଦିର […]

sankaracharaya

Tapas Behera
  • Published: Wednesday, 10 April 2019
  • , Updated: 10 April 2019, 06:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଶ୍ରୀମନ୍ଦିର ସଂସ୍କାରକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜା ପ୍ରତିକ୍ରିୟା ରଖିଛନ୍ତି। ଗୋବର୍ନ୍ଧନ ମଠ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଛନ୍ତି ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ, ଶାସ୍ତ୍ରୀୟ, ଆଧ୍ୟାତ୍ମିକ ଓ ଧାର୍ମିକ ଦୃଷ୍ଟିକୋଣରୁ ଶ୍ରୀମନ୍ଦିରର ସଂଚାଳନର ଦାୟିତ୍ୱ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ରହିବା ଆବଶ୍ୟକ। ଫଳରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସେବା ପୂଜା, ବିଧିବିଧାନ ଶାସ୍ତ୍ରୀୟମତ ଏବଂ ପରମ୍ପରାନୁଯାୟୀ ସମ୍ପନ୍ନ ହୋଇପାରିବ। ଶ୍ରୀମନ୍ଦିର ସମ୍ବିଧାନ ସମ୍ମତ, ଶାସ୍ତ୍ରୀୟ ମତ ଓ ବିଧିବିଧାନ ଅନୁସାରେ ଶ୍ରୀମନ୍ଦିର ପରିଚାଳିତ ହେଲେ କୌଣସି ପ୍ରକାର ଅସଂଗତି ରହିବ ନାହିଁ ବୋଲି ଜଗତଗୁରୁ ମତ ରଖିଛନ୍ତି

ଶ୍ରୀମନ୍ଦିରରେ ସମ୍ବିଧାନ ନାହିଁ । ଯାହାକିଛି ସେବାପୂଜା ଚାଲିଛି ତାହା ଅନ୍ଧବିଶ୍ୱାସ ଓ ପରମ୍ପରାରେ ଚାଲିଛି ବୋଲି ବିଷ୍ପୋରକ ବୟାନ ଦେବା ସହ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ପ୍ରତ୍ୟେକ ସମୟରେ ଜଗଦଗୁରୁଙ୍କୁ ଶାସନତନ୍ତ୍ର ଦ୍ୱାରା ଦ୍ୱାୟିତ୍ୱ ନିର୍ବାହ କରୁଥିବା ମୁଖ୍ୟପ୍ରଶାସକ ମାନେ ଅତ୍ୟାଚାର କରି ଗୁରୁ ପରମ୍ପରାର ଅବମାନନା କରୁଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ମତରେ ୨୫୦୩ ବର୍ଷ ପୂର୍ବେ ଭଗବତ ପାଦ ଆଦି ଶଙ୍କରାଚାର୍ଯ୍ୟ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ପୁନଃ ପ୍ରତିଷ୍ଠା କରିଥିଲେ।

ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀମନ୍ଦିର ପରିଚାଳନା ଜଗତଗୁରୁଙ୍କୁ ଦାୟିତ୍ୱରେ ରହିବା ଆବଶ୍ୟକ। ଧାର୍ମିକ ଓ ଶାସ୍ତ୍ରୀୟ ମତାନୁସାରେ ଶ୍ରୀମନ୍ଦିର ପରିଚାଳନା କରାଯିବ। ଶାସନତନ୍ତ୍ର, ଗଜପତି, ସେବାୟତଙ୍କ ସହଭାଗିତାରେ ଶ୍ରୀମନ୍ଦିର ପରିଚାଳିତ କରାଯିବ। ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ସଂସ୍କାର ମାମଲାକୁ ଗତକାଲି ସୁପ୍ରିମକୋର୍ଟରେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଥିଲା। ପ୍ରଥମ ଥର ପାଇଁ ବିଚାରପତି ଏସ.ଏ. ବବଡେଙ୍କ ଖଣ୍ଡପୀଠରେ ହୋଇଥିବା ଶୁଣାଣିରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ହାତରେ ନ୍ୟସ୍ତ କରାଯାଇପାରିବ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

Related story