ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି କଲେ ଶଙ୍କରାଚାର୍ଯ୍ୟ

ପୁରୀ(ଓଡ଼ିଶା ରିପୋର୍ଟର): ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ସିଏଏ ଓ ଏହା ବିରୋଧରେ ହେଉଥିବା ବିକ୍ଷୋଭ ଉପରେ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି-“ବିଶ୍ୱର ମୋଟ ୨୦୪ଟି ଦେଶ ମଧ୍ୟରୁ ଅଧିକାଂଶ ଦେଶ ଖ୍ରୀଷ୍ଟିଆନ ଓ ମୁସଲିମ ରାଷ୍ଟ୍ର। ଅନେକ ଦେଶରେ ହିନ୍ଦୁ ବସବାସ କରୁଥିଲେ ମଧ୍ୟ ହିନ୍ଦୁ ରାଷ୍ଟ୍ର ନାହିଁ। ତେଣୁ ଜାତିସଂଘ ପକ୍ଷରୁ ଭାରତ, ନେପାଳ ଓ ଭୁଟାନକୁ ହିନ୍ଦୁ […]

sankaracharaya

Manoranjan Sial
  • Published: Friday, 03 January 2020
  • , Updated: 03 January 2020, 09:12 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ସିଏଏ ଓ ଏହା ବିରୋଧରେ ହେଉଥିବା ବିକ୍ଷୋଭ ଉପରେ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି।

ସେ କହିଛନ୍ତି-“ବିଶ୍ୱର ମୋଟ ୨୦୪ଟି ଦେଶ ମଧ୍ୟରୁ ଅଧିକାଂଶ ଦେଶ ଖ୍ରୀଷ୍ଟିଆନ ଓ ମୁସଲିମ ରାଷ୍ଟ୍ର। ଅନେକ ଦେଶରେ ହିନ୍ଦୁ ବସବାସ କରୁଥିଲେ ମଧ୍ୟ ହିନ୍ଦୁ ରାଷ୍ଟ୍ର ନାହିଁ। ତେଣୁ ଜାତିସଂଘ ପକ୍ଷରୁ ଭାରତ, ନେପାଳ ଓ ଭୁଟାନକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯାଉ। ଅନ୍ୟ ଦେଶରେ ନିର୍ଯାତନାର ଶିକାର ହେଉଥିବା ହିନ୍ଦୁଙ୍କୁ ଏହି ୩ ଦେଶରେ ଥଇଥାନ କରାଯାଉ। ଏଥିପାଇଁ ଜାତିସଂଘରେ ସ୍ୱତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା କରୁ। ଏହି ନ୍ୟାୟାଳୟ ବିଭିନ୍ନ ଦେଶର ଧର୍ମୀୟ ସଂଖ୍ୟାଲଘୁଙ୍କୁ ଥଇଥାନ ପାଇଁ କାମ କରିବା ଉଚିତ।”

Related story