ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ପାଇଁ ଚିଠି ଲେଖିଲା ଏଏସଆଇ

ପୁରୀ: ଶ୍ରୀମନ୍ଦିର ଜଗମୋହନର ସମ୍ପୂର୍ଣ୍ଣ ମରାମତି ଆବଶ୍ୟକ ଥିବା ନେଇ ଏଏସ୍ଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଦେଇଛି। ଏଏସ୍ଆଇର ନୂଆଦିଲ୍ଲୀ ସ୍ଥିତ ମହାନିର୍ଦ୍ଦେଶକଙ୍କ ଅଫିସ ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖି ମରାମତି ପାଇଁ ଅନୁମତି ଲୋଡିଛି। ଆସନ୍ତା ୨୨ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିପାରେ। ଏଥିରେ ଏଏସ୍ଆଇ ଦେଇଥିବା ଚିଠି ନେଇ ଆଲୋଚନା ହେବ। ତେବେ କମିଟିର ଅନୁମୋଦନ କ୍ରମେ ମନ୍ଦିର ପ୍ରଶାସନ ଏଏସଆଇକୁ ମରାମତି ପାଇଁ ଅନୁମତି ଦେଇପାରେ।  ସେପଟେ ଜଗମୋହନ ଦକ୍ଷିଣ-ପୂର୍ବ ବେହରଣ […]

jagannathTemple

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 03:49 AM IST

ପୁରୀ: ଶ୍ରୀମନ୍ଦିର ଜଗମୋହନର ସମ୍ପୂର୍ଣ୍ଣ ମରାମତି ଆବଶ୍ୟକ ଥିବା ନେଇ ଏଏସ୍ଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଦେଇଛି। ଏଏସ୍ଆଇର ନୂଆଦିଲ୍ଲୀ ସ୍ଥିତ ମହାନିର୍ଦ୍ଦେଶକଙ୍କ ଅଫିସ ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖି ମରାମତି ପାଇଁ ଅନୁମତି ଲୋଡିଛି। ଆସନ୍ତା ୨୨ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିପାରେ। ଏଥିରେ ଏଏସ୍ଆଇ ଦେଇଥିବା ଚିଠି ନେଇ ଆଲୋଚନା ହେବ। ତେବେ କମିଟିର ଅନୁମୋଦନ କ୍ରମେ ମନ୍ଦିର ପ୍ରଶାସନ ଏଏସଆଇକୁ ମରାମତି ପାଇଁ ଅନୁମତି ଦେଇପାରେ।

 ସେପଟେ ଜଗମୋହନ ଦକ୍ଷିଣ-ପୂର୍ବ ବେହରଣ ଦ୍ୱାରରେ ଚୁନଛଡା କାମ ଆରମ୍ଭ ହୋଇଛି। ରଥଯାତ୍ରା ସମୟରେ ଏଏସଆଇର ବରିଷ୍ଠ କର୍ମକର୍ତ୍ତାମାନେ ଶ୍ରୀମନ୍ଦିର ପରିଦର୍ଶନ କରି ଗର୍ଭ ଗୃହରୁ ବାଷ୍ପ ନିଷ୍କାସନ ଓ ଶୀତଳିକରଣ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହା ସହ ଜଗମୋହନ ଛାତ ଓ ସ୍ତମ୍ଭ ଗୁଡ଼ିକ ଦୁର୍ବଳ ହୋଇପଡ଼ିଛି ବୋଲି ରିପୋର୍ଟ ମଧ୍ୟ ଦେଇଥିଲେ।

 

Related story