ଜଗା ଯେବେ ପ୍ରଜା ସାଜେ: ଜମି ଦଲାଲ୍‌ ହୁଅନ୍ତି ମାଲାମାଲ୍‌

ଭୁବନେଶ୍ୱର(ରମେଶ ରଥ): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଜଗନ୍ନାଥ। ସେ ଆଜି ବନି ଯାଇଛନ୍ତି ପ୍ରଜା। ଆଉ ଜମିଦାର ସାଜିଛନ୍ତି ଓଡ଼ିଶା ସରକାର। ଏହା ଆମେ କହୁନାହୁ, ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପଟ୍ଟା ରେକର୍ଡ଼ କହୁଛି। ସାରା ଜଗତର ନାଥ ଜଗନ୍ନାଥଙ୍କୁ ପଟ୍ଟା ପାଉତିରେ ପ୍ରଜା ବନାଇ ଦିଆଯାଇଛି। ଖାଲି ସେତିକି ନୁହେଁ ଜମି ଜଗନ୍ନାଥଙ୍କର ହେଲେ ସରକାରଙ୍କୁ ସେ ଖଜଣା ଦେଉଛନ୍ତି। ସବୁଠାରୁ ବଡ଼ ଦୁର୍ନୀତି ହେଉଛି ଜଗନ୍ନାଥଙ୍କର କୋଟି କୋଟି ଟଙ୍କାର […]

puri swargadwara-123

Rakesh Mallick
  • Published: Monday, 27 March 2017
  • , Updated: 27 March 2017, 08:54 PM IST

ଭୁବନେଶ୍ୱର(ରମେଶ ରଥ): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଜଗନ୍ନାଥ। ସେ ଆଜି ବନି ଯାଇଛନ୍ତି ପ୍ରଜା। ଆଉ ଜମିଦାର ସାଜିଛନ୍ତି ଓଡ଼ିଶା ସରକାର। ଏହା ଆମେ କହୁନାହୁ, ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପଟ୍ଟା ରେକର୍ଡ଼ କହୁଛି। ସାରା ଜଗତର ନାଥ ଜଗନ୍ନାଥଙ୍କୁ ପଟ୍ଟା ପାଉତିରେ ପ୍ରଜା ବନାଇ ଦିଆଯାଇଛି। ଖାଲି ସେତିକି ନୁହେଁ ଜମି ଜଗନ୍ନାଥଙ୍କର ହେଲେ ସରକାରଙ୍କୁ ସେ ଖଜଣା ଦେଉଛନ୍ତି। ସବୁଠାରୁ ବଡ଼ ଦୁର୍ନୀତି ହେଉଛି ଜଗନ୍ନାଥଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିଛନ୍ତି ମାର୍ଫତଦାରମାନେ। ଦେବୋତ୍ତର ବିଭାଗର ଅନୁମତି ନେଇ ଶହଶହ ଏକର ଜମିକୁ ବିକ୍ରି କରିଛନ୍ତି। ସ୍ୱର୍ଗଦ୍ୱାରଠାରୁ ଆରମ୍ଭ କରି ମଠ ମନ୍ଦିର ପର୍ଯ୍ୟନ୍ତ ସବୁ ଜଗନ୍ନାଥଙ୍କ ସମ୍ପତ୍ତି। ହେଲେ ବିଡମ୍ୱନାର ବିଷୟ ଏସବୁ ମଠ ଜମିର ମାର୍ଫତଦାର ଏବେ ମାଲିକ ବନି ଯାଇଛନ୍ତି। ଅନ୍ୟପକ୍ଷରେ ପ୍ରଭୁ ଜଗନ୍ନାଥଙ୍କ ସବୁ ସମ୍ପତ୍ତି ଫେରାଇ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ ଦେଇଛନ୍ତି ଐତିହସିକ ରାୟ। ମାତ୍ର ଉକ୍ତ ରାୟକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାରେ ବିଫଳ ହେଉଛନ୍ତି। ଯାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୧୯୫୫ ଟେମ୍ପଲ ଆକ୍ଟ ଅନୁସାରେ ପ୍ରଭୁ ଜଗନ୍ନାଥ ହେଉଛନ୍ତି ସବୁ ସମ୍ପତ୍ତିର ଏକକ ମାଲିକ। ଉପହାର ଆକାରରେ ହେଉ ବା ଅମୃତ ମଣୋହି ଜମି କିମ୍ୱା ମଠ ସମ୍ପତ୍ତ ଏସବୁର ମାଲିକ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ତା’ର ପରିଚାଳନା ଓ ରକ୍ଷଣାବେକ୍ଷଣା ଦାୟିତ୍ୱ ହେଉଛି ଶ୍ରୀମନ୍ଦିର ପ୍ରଶାସନର।

୧୯୭୪ ମସିହାରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଇଷ୍ଟେଟ୍‌ ଆବୋଲିସନ୍‌ ଆକ୍ଟରେ ସଂଶୋଧନ କରି ଠାକୁରଙ୍କ ଜମିକୁ ନିଜ ଅକ୍ତିଆରକୁ ନେଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏଇ ନୋଟିଫିକେସନ୍‌ର ସୁଯୋଗ ନେଇ ମାର୍ଫତଦାରମାନେ ଜଗନ୍ନାଥଙ୍କ ଜମିକୁ ଦେବୋତ୍ତର ବିଭାଗଠାରୁ ଅନୁମତି ନେଇ ଅନ୍ୟମାନଙ୍କୁ ବିକ୍ରି କରିଦେଲେ। ଏଇ ମାର୍ଫତଦାରମାନେ ଜଗନ୍ନାଥଙ୍କ ଜମି ବୁଝାଶୁଝା କରୁଥିଲେ। ହେଲେ ଏମାନେ ବନିଗଲେ ମାଲିକ। ଏହାକୁ ଚ୍ୟାଲେଞ୍ଜ କରି ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ରାୟ ମାର୍ଫତଦାରମାନଙ୍କ ସପକ୍ଷରେ ଯାଇଥିଲା। ତେବେ ହାଇକୋର୍ଟଙ୍କ ରାୟ ବିପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଏହି ମାମଲାକୁ ବିଚାର କରି ହାଇକୋର୍ଟଙ୍କ ରାୟକୁ ଖଣ୍ଡନ କରିଥିଲେ।  ଏପରିକି ଜଗନ୍ନାଥଙ୍କ ସମ୍ପତ୍ତି ଓ ଜମି ପ୍ରଭୁ ଜଗନ୍ନାଥଙ୍କର ବୋଲି ସ୍ପଷ୍ଟ କରିବା ସହିତ ଏ ସବୁ ଜମି ମନ୍ଦିର ପ୍ରଶାସନକୁ ଫେଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ଓଡ଼ିଶା ଇଷ୍ଟେଟ୍‌ ଆବୋଲିସନ୍‌ ଆକ୍ଟର ଧାରା ୩(କ) ଅନୁସାରେ ୧୯୭୪ ମାର୍ଚ୍ଚ ୧୮ ତାରିଖରେ ନୋଟିଫିକେସନ୍‌କୁ ବି ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ଏପରିକି ଏଓଇ ଆକ୍ଟର ଧାରା ୨(ଓଓ)ର ପ୍ରଥମ ପାରାକୁ ମଧ୍ୟ କୋର୍ଟ ଉଚ୍ଛେଦ କରିଥିଲେ। ତାହା ସହିତ ଦେବୋତ୍ତର ବିଭାଗର ଅନୁମତିରେ ବିକ୍ରି ହୋଇଥିବା ସମସ୍ତ କାରବାରକୁ ବେଆଇନ୍‌ ବୋଲି ସୁପ୍ରିମକୋର୍ଟ କହିଥିଲେ।

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ବର୍ତ୍ତମାନ ସରକାରଙ୍କ ଅକ୍ତିଆରରେ ଥିବା କିମ୍ୱା ଅନ୍ୟ କାହା ମାର୍ଫତରେ ଥିବା ଜମି ଫେରି ଆସିବା କଥା। ହେଲେ ସରକାର ଜମି ଫେରାଇବା ବଦଳରେ ଚୁପ୍‌ ବସିଛନ୍ତି। ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related story