ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

ପୁରୀ(ଓଡ଼ିଶା ରିପୋର୍ଟର): ଏଣିକି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ଅନୁଯାୟୀ ହେବ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି। ତା’ସହ ସତ୍ତ୍ୱଲିପି ବଦଳରେ ଶ୍ରୀମନ୍ଦିର ପାଇଁ ଶ୍ରୀଜଗନ୍ନାଥ ସେବା ସଂହିତା ନାଁରେ ଏକ ସମ୍ବିଧାନ ପ୍ରଣୟନ ହେବ। ଶ୍ରୀମନ୍ଦିର ନୀତି ସଂସ୍କାର ନେଇ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ଲୋଡ଼ିବା ପାଇଁ ସୁପ୍ରିମକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ଗଜପତି ମହାରାଜ ଦିବ୍ୟଶଙ୍କର ଦେବଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ। ଏଥର ପ୍ରତିବର୍ଷ ୪ ଥର […]

srimandir-administration-meet-jagat-guru-shankaracharya

Manoranjan Sial
  • Published: Monday, 06 January 2020
  • , Updated: 06 January 2020, 08:50 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଏଣିକି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ଅନୁଯାୟୀ ହେବ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି। ତା’ସହ ସତ୍ତ୍ୱଲିପି ବଦଳରେ ଶ୍ରୀମନ୍ଦିର ପାଇଁ ଶ୍ରୀଜଗନ୍ନାଥ ସେବା ସଂହିତା ନାଁରେ ଏକ ସମ୍ବିଧାନ ପ୍ରଣୟନ ହେବ।

ଶ୍ରୀମନ୍ଦିର ନୀତି ସଂସ୍କାର ନେଇ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ଲୋଡ଼ିବା ପାଇଁ ସୁପ୍ରିମକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ଗଜପତି ମହାରାଜ ଦିବ୍ୟଶଙ୍କର ଦେବଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ। ଏଥର ପ୍ରତିବର୍ଷ ୪ ଥର ଗୋବର୍ଦ୍ଧନ ପୀଠରେ ଜଗଦଗୁରୁଙ୍କ ସହ ପରିଚାଳନା କମିଟି ଆଲୋଚନା କରିବ। ଦୈନନ୍ଦିନ ନୀତିଠାରୁ ସମସ୍ତ ଜାନିଯାତ୍ରା, ଗୋବର୍ଦ୍ଧନ ପୀଠର ନିଷ୍ପତ୍ତି ଅନୁଯାୟୀ କରାଯିବ। ଆଧ୍ୟାତ୍ମିକ ଭାବନା ଓ ଶୃଙ୍ଖଳିତ ଦର୍ଶନ ହୋଇପାରିବ। ତେଣୁ ଜଗଦଗୁରୁଙ୍କ ପରାମର୍ଶ ଗ୍ରହଣୀୟ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର।

ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ଧାର୍ମିକ ସେବା ପୂଜା, ଶ୍ରୀମନ୍ଦିରର ରୀତିନୀତି ସମ୍ପର୍କରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପାଇଁ ଗତ ନଭେମ୍ବର ୪ରେ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ୨୦୧୮ର ନୀତି ବିଶୃଙ୍ଖଳା ସହ ମହାପ୍ରଭୁ ୧୨ ଘଣ୍ଟା ଧରି ଉପବାସ ପ୍ରସଙ୍ଗରେ ସୋ’ କଜ୍ ନୋଟିସ୍ ପାଇଥିବା ଅନ୍ୟ ୫ ସେବାୟତ ମୁଖ୍ୟ ପ୍ରଶାସକଙ୍କ ନିକଟରେ ଉତ୍ତର ରଖିଛନ୍ତି। ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୮ ତାରିଖକୁ ଧାର୍ଯ୍ୟ କରାଯାଇଛି।

Related story