ଦୁଇଦିନ ଉପବାସ ରହିବା ପରେ ଶ୍ରୀଜିଉଙ୍କ ନିକଟରେ ଲାଗିହେଲା ଭୋଗ

Ordigital Desk
  • Published: Wednesday, 18 April 2018
  • , Updated: 18 April 2018, 08:48 AM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ଦୁଇ ଦିନ ଧରି ଉପବାସ ରହିବା ପରେ ଶେଷରେ ଶ୍ରୀଜିଉଙ୍କଙ୍କ ଠାରେ ଲାଗି ହେଲା ଭୋଗ।&nbsp; ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପର୍ଣ୍ଣ କରାଯାଇଛି। ରାତି ୧୦ଟା ୫୦ ମିନିଟରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ଗୋପାଳ ବଲ୍ଲଭ ନୀତି କରାଯାଇଥିଲା।&nbsp; ରାତି ୧ଟା୨୦ ମିନିଟରେ ମହାପ୍ରଭୁଙ୍କ ସକାଳ ଧୂପ କରାଯାଇ ଖେଚୁଡି ଭୋଗ ଲାଗି କରାଯାଇଥିଲା।</p> <p>ଗର୍ଭଗୃହକୁ କେବଳ ପାଳିଆ ସେବାୟତଙ୍କ ପ୍ରବେଶ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ୨ଦିନ ହେବ ଉପବାସରେ ରହିଥିଲେ କୋଟି ଓଡ଼ିଆଙ୍କ ଅରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଜଗମୋହନ କଟକଣା ହଟିବା ପରେ ପାଖରୁ ଶ୍ରୀଜିଉ ମାନଙ୍କ ଦର୍ଶନ ତ ମିଳୁଛି, ହେଲେ ଆନନ୍ଦ ବଜାରରୁ ବିଷାଦ ମନରେ ଫେରୁଛନ୍ତି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ। ଗର୍ଭଗୃହକୁ କେବଳ ପାଳିଆ ସେବାୟତଙ୍କ ପ୍ରବେଶ ନେଇ ସେବାୟତଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଶ୍ରୀମନ୍ଦିର ଗର୍ଭଗୃହକୁ ସମସ୍ତ ସେବାୟତଙ୍କ ପ୍ରବେଶ ଓ ସାହାଣମେଳା ଦର୍ଶନ ସମ୍ପର୍କରେ ପୁନଃବିଚାର କରିବାକୁ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର।</p>

Related story