ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା? ହେବ ବିଚାର ବିଭାଗୀୟ ତଦନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ମହଣ ମହଣ ସୁନା ଅଳଙ୍କାର ଥିବା ରତ୍ନଭଣ୍ଡାର ଚାବି ହଜି ଯାଇଛି। ଏନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଇକୋର୍ଟର ଜଣେ ପୂର୍ବତନ ବିଚାରପତି ଘଟଣାର ତଦନ୍ତ କରିବେ। କେଉଁ ପରିସ୍ଥିତିରେ ରତ୍ନଭଣ୍ଡାର ଚାବି ହଜିଲା ଓ କାହିଁକି ମିଳୁନି ତାହାର ହେବ ତଦନ୍ତ। ୩ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ […]

ratna-final-1-768x402

ratna-final-1-768x402

Rakesh Mallick
  • Published: Monday, 04 June 2018
  • Updated: 05 June 2018, 01:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ମହଣ ମହଣ ସୁନା ଅଳଙ୍କାର ଥିବା ରତ୍ନଭଣ୍ଡାର ଚାବି ହଜି ଯାଇଛି। ଏନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଇକୋର୍ଟର ଜଣେ ପୂର୍ବତନ ବିଚାରପତି ଘଟଣାର ତଦନ୍ତ କରିବେ। କେଉଁ ପରିସ୍ଥିତିରେ ରତ୍ନଭଣ୍ଡାର ଚାବି ହଜିଲା ଓ କାହିଁକି ମିଳୁନି ତାହାର ହେବ ତଦନ୍ତ। ୩ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଇନ୍‌ମନ୍ତ୍ରୀ ପ୍ରତାପ ଜେନା ଭେଟିଥିଲେ। ଏହି ସମୟରେ ସେ ରତ୍ନଭଣ୍ଡାର ଚାବି ହଜିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବିଚାର ବିମର୍ଷ ପରେ ମୁଖ୍ୟମନ୍ତ୍ରୀ ଏକ ପ୍ରେସ ରିଲିଜ ଜରିଆରେ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି।

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଛି। ଏପ୍ରିଲ ୪ ତାରିଖ ପରିଚାଳନା କମିଟି ବୈଠକ ବିବରଣୀରୁ ଏହା ସ୍ପଷ୍ଟ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ପାଖରେ ଯଦି ଚାବି ନ ଥିଲା, ତାହାହେଲେ କାହିଁକି ବୀର ଦର୍ପରେ ସର୍ଚ୍ଚ ଲାଇଟ୍ ସହ ୧୭ ଜଣିଆ ଯାଞ୍ଚକାରୀ ଦଳ ମନ୍ଦିର ପ୍ରବେଶ କରିଥିଲେ? ଯାହା ଏବେ କୋଟି ଓଡ଼ିଆଙ୍କ ମନ ସନ୍ଦେହ ସୃଷ୍ଟି କରିଛି। ସବୁଠୁ ବଡ଼ କଥା ହେଉଛି ଭିତର ରତ୍ନଭଣ୍ଡାର ଯାଞ୍ଚ ମିଶନ୍ ଫେଲ୍ ମାରିବା ଓ ଚାବି ହଜିଥିବା ବିଷୟ ସ୍ପଷ୍ଟ ହେବାକୁ ୨ ମାସ ବିତିଲାଣି। ହେଲେ ଚାବି କୁଆଡ଼େ ଗଲା, କିଏ ନେଲା ଓ ଏବେ କାହା ପାଖରେ ଅଛି ସେନେଇ ତଦନ୍ତ କରାଯାଇନଥିଲା।

ଏନେଇ ଖବର ପ୍ରକାଶ ପାଇବା ପରେ କୋଟି ଓଡ଼ିଆଙ୍କ ମନରେ କଠୋର ଆଘାତ ଲାଗିଥିଲା। ଜଗନ୍ନାଥ ସେନା ଓ ଅନ୍ୟାନ୍ୟ ସଙ୍ଗଠନ ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ବିଜେପି ଓ କଂଗ୍ରେସ ମଧ୍ୟ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ସମାଲୋଚନା କରିଥିଲେ। ଯାହାକୁ ନେଇ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଯାଇଥିଲେ। ତେବେ ପରିସ୍ଥିତି ଜଟିଳ ହେଉଥିବା ଦେଖି ଆଜି ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos