ମହଙ୍ଗା ପଡ଼ିଲା ମହାପ୍ରଭୁଙ୍କ ସହ ଖେଳ: ସୁଆର ନିଲମ୍ବିତ

Ordigital Desk
  • Published: Saturday, 06 January 2018
  • , Updated: 06 January 2018, 09:26 AM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଅମୁଣିଆଁ ଭୋଗ ଲଗା ନ ଯାଇ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ସୁଆର ସେବାୟତ ଗଦାଧର ଦୀକ୍ଷିତଙ୍କୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ନିଲମ୍ବିତ କରାଯାଇଛି। ଏଥିସହ ଶ୍ରୀମନ୍ଦିର ରୋଷ ଶାଳାରେ ରନ୍ଧନ ପ୍ରକ୍ରିୟାରେ ସାମିଲ ହେବା ଉପରେ କଟକଣା ଜାରି କରାଯାଇଛି। ଅଭିଯୋଗ ଅନୁଯାୟୀ, ଗୁରୁବାର ଦିନ ଗଦାଧରଙ୍କ ଡାଲି ହାଣ୍ଡି ଭୁଲ ବଶତଃ ଠାକୁରଙ୍କ ଭୋଗ ପାଇଁ ଯାଇ ନ ଥିଲା।&nbsp; ଗଦାଧର ନିଜେ ଭୋଗ ପାଇଁ ନ ନେଇ ଉଦ୍ଦେଶ୍ୟମୂଳକ ଭାବେ ଆନନ୍ଦ ବଜାରରେ ବିକ୍ରି କରୁଥିଲେ। ଏଭଳି ଘଟଣାକୁ ନେଇ କିଛି ସୁଆର ସେବାୟତ ମହାସୁଆର ନିଯୋଗ ନିକଟରେ ଅଭିଯୋଗ କରିଥିଲେ।&nbsp; ଅଭିଯୋଗକୁ କେନ୍ଦ୍ରକରି ସୁଆର ମହାସୁଆର ନିଯୋଗ ପକ୍ଷରୁ ଗଦାଧରଙ୍କୁ ନିଲମ୍ବନ କରାଯାଇଛି।&nbsp; ଘଟଣାକୁ ନେଇ ଶ୍ରୀମନ୍ଦିର କମାଣ୍ଡରଙ୍କ ପକ୍ଷରୁ ସୁଆର ମହାସୁଆର ନିଯୋଗକୁ ଅବଗତ କରାଯାଇଥିଲା।&nbsp; ପରେ ଗଦାଧରଙ୍କୁ ଡାକି ପଚରାଉଚରା କରାଯିବା ବେଳେ ସତ ଜଣାପଡ଼ିବା ପରେ ତାଙ୍କୁ ନିଲମ୍ବନ କରାଯାଇଛି।</p>

Related story