ଶ୍ରୀମନ୍ଦିରରେ ନୀତି ବିଭ୍ରାଟ: ଅନିଦ୍ରା ରହିଲେ ମହାପ୍ରଭୁ

ପୁରୀ(ଓଡ଼ିଶା ରିପୋର୍ଟର): ଅନିଦ୍ରାରେ ମହାପ୍ରଭୁ। ଶ୍ରୀମନ୍ଦିର ନୀତିକାନ୍ତିରେ ଗୁରୁତର ବିଭ୍ରାଟ ଯୋଗୁଁ କାଲି ରାତିରେ ପହୁଡ଼ ପଡ଼ିନଥିବା ସୂଚନା ମିଳିଛି। ପହୁଡ଼ ନପଡ଼ିବାରୁ ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ। ଗତକାଲି ଭୋଗମଣ୍ଡପ ବିଳମ୍ବ ଯୋଗୁଁ ବାହାରି ପାରି ନଥିଲା ମହାପ୍ରସାଦ। ଫଳରେ ଶ୍ରୀମନ୍ଦିର ରୋଷ ଘର ଭିତରେ ଏଯାଏଁ ରହିଛି କାଲିର ଅହ୍ମୁଣିଆ। ଭୋଗ ନଲାଗିବାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଥିବା କୁହାଯାଉଛି।  ବିଧି ମୁତାବକ ଏସବୁ କୋଇଲି ବୈକୁଣ୍ଠରେ ପୋତାଯିବ। […]

puri

Rakesh Mallick
  • Published: Tuesday, 17 April 2018
  • , Updated: 17 April 2018, 08:36 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଅନିଦ୍ରାରେ ମହାପ୍ରଭୁ। ଶ୍ରୀମନ୍ଦିର ନୀତିକାନ୍ତିରେ ଗୁରୁତର ବିଭ୍ରାଟ ଯୋଗୁଁ କାଲି ରାତିରେ ପହୁଡ଼ ପଡ଼ିନଥିବା ସୂଚନା ମିଳିଛି। ପହୁଡ଼ ନପଡ଼ିବାରୁ ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ।

ଗତକାଲି ଭୋଗମଣ୍ଡପ ବିଳମ୍ବ ଯୋଗୁଁ ବାହାରି ପାରି ନଥିଲା ମହାପ୍ରସାଦ। ଫଳରେ ଶ୍ରୀମନ୍ଦିର ରୋଷ ଘର ଭିତରେ ଏଯାଏଁ ରହିଛି କାଲିର ଅହ୍ମୁଣିଆ। ଭୋଗ ନଲାଗିବାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଥିବା କୁହାଯାଉଛି।  ବିଧି ମୁତାବକ ଏସବୁ କୋଇଲି ବୈକୁଣ୍ଠରେ ପୋତାଯିବ। ତେବେ କ୍ଷତିପୂରଣ ଦାବିରେ ଅଡ଼ି ବସିଛି ସୁଆର, ମହାସୁଆର ନିଯୋଗ।  ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ସୁଆର ମହାସୁଆର ନିଯୋଗ ଧାରଣାରେ ବସି ରହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସକାଳ ୫ଟା ୪୦ରେ ଦ୍ୱାର ଫିଟା ଯିବା ପରେ ଗୋଟିଏ ପରେ ଗୋଟିଏ ଘଟଣାକୁ ନେଇ ବିବାଦ ଦେଖାଦେଇଥିଲା।  ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ଦୀର୍ଘ ଦୁଇବର୍ଷ ଦୁଇମାସ ପରେ ଜଗମୋହନ ଖୋଲିଛି। ଏହା ପୂର୍ବରୁ ଗର୍ଭଗୃହ ପ୍ରବେଶ ଉପରେ ସେବାୟତଙ୍କ କଟକଣାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଜଣେ ପାଳିଆ ସେବାୟତ ଅଶୌଚ ଥିବାରୁ ତାଙ୍କ ସ୍ଥାନରେ କିଏ ନୀତି ସଂପାଦନ କରିବେ ସେନେଇ ବିବାଦ ଉପୁଜିଥିଲା। ଫଳରେ ଶ୍ରୀଜିଉଙ୍କ ବିଭିନ୍ନ ନୀତିରେ ବିଳମ୍ବ ହୋଇଥିଲା। ପରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ହସ୍ତକ୍ଷେପ ପରେ ଦିନ ୧୧ଟା ଭିତରେ ସଂପନ୍ନ ହେବାକୁ ଥିବା ସକାଳ ଭୋଗ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ସରିଥିଲା। ଏହା ପରେ ଭକ୍ତଙ୍କୁ ଭିତରକାଠରୁ ଦର୍ଶନର ସୁଯୋଗ ମିଳିଥିଲା। ହେଲେ ଏହା ପରେ ମଧ୍ୟ ନୀତିକାନ୍ତିରେ ବିଭ୍ରାଟ ଦେଖାଦେଇଥିଲା। ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ଯୋଗୁଁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Related story