’୬୫ ବର୍ଷରୁ ଅଧିକ ବୟସ୍କ ସେବାୟତଙ୍କୁ ରଥ ନିର୍ମାଣ ଲାଗି ଅନୁମତି ମିଳିବ ନାହିଁ ’

ପୁରୀ(ଓଡ଼ିଶା ରିପୋର୍ଟର); ରଥ ଯାତ୍ରା ପାଖେଇ ଆସୁଥିବା ବେଳେ ଏଯାଏ ଯାତ୍ରା ଆୟୋଜନ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରିନାହିଁ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଲକ୍‌ଡାଉନ୍‌କୁ ବଢ଼ାଇ ଦେଇଥିବା ବେଳେ ଏପରି ସ୍ଥିତିରେ ଯାତ୍ରା ସମ୍ପନ୍ନ ହେବା ନେଇ ଦ୍ୱନ୍ଦ ଉପୁଜିଛି। ହେଲେ ପୁରୀ ଗ୍ରୀନ୍‌ ଜୋନ୍‌ରେ ଆସୁଥିବାରୁ କୋଟି କୋଟି ଓଡ଼ିଆଙ୍କ ଭାବାବେଗର ପର୍ବ ରଥ ଯାତ୍ରାର ଆୟୋଜନ ନିମନ୍ତେ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଲକଡାଉନ୍ ନିୟମ ପାଳନ […]

puri-1--1

puri-1--1

Niharika Rout
  • Published: Wednesday, 06 May 2020
  • Updated: 06 May 2020, 12:09 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର); ରଥ ଯାତ୍ରା ପାଖେଇ ଆସୁଥିବା ବେଳେ ଏଯାଏ ଯାତ୍ରା ଆୟୋଜନ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରିନାହିଁ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଲକ୍‌ଡାଉନ୍‌କୁ ବଢ଼ାଇ ଦେଇଥିବା ବେଳେ ଏପରି ସ୍ଥିତିରେ ଯାତ୍ରା ସମ୍ପନ୍ନ ହେବା ନେଇ ଦ୍ୱନ୍ଦ ଉପୁଜିଛି।

ହେଲେ ପୁରୀ ଗ୍ରୀନ୍‌ ଜୋନ୍‌ରେ ଆସୁଥିବାରୁ କୋଟି କୋଟି ଓଡ଼ିଆଙ୍କ ଭାବାବେଗର ପର୍ବ ରଥ ଯାତ୍ରାର ଆୟୋଜନ ନିମନ୍ତେ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଲକଡାଉନ୍ ନିୟମ ପାଳନ କରି ରଥଖଳାରେ ରଥ ନିର୍ମାଣ କିଭଳି ବ୍ୟବସ୍ଥିତ ଢଙ୍ଗରେ କରାଯାଇ ପାରିବ, ସେ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସରକାରଙ୍କ ନିକଟରେ କେତେକ ପ୍ରସ୍ତାବ ରଖାଯାଇଛି ।

ସରକାରୀ ଗାଇଡଲାଇନ୍ ଅନୁଯାୟୀ ରଥ ନିର୍ମାଣରେ ସମ୍ପୃକ୍ତ ସବୁ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରାଯିବ। ୬୫ ବର୍ଷରୁ ଅଧିକ ବୟସ୍କ ସେବାୟତଙ୍କୁ ରଥ ନିର୍ମାଣ କାମ ଲାଗି ଅନୁମତି ମିଳିବ ନାହିଁ । ରଥ ନିର୍ମାଣ କାମରେ ନିୟୋଜିତ ସମସ୍ତ ବ୍ୟକ୍ତିଙ୍କ ସ୍କ୍ରିନିଂ ଓ ଟେଷ୍ଟିଂ ଲାଗି ଏକ ସ୍ୱତନ୍ତ୍ର ହେଲ୍‌ଥ ପୋଷ୍ଟ ପ୍ରତିଷ୍ଠା କରାଯିବ।

ବଡ଼ ଦାଣ୍ଡ, ରଥ ଖଳା ଏବଂ ଅନ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ କପଡ଼ା ଦ୍ୱାରା ଆବଦ୍ଧ କରାଯାଇ ବିଭକ୍ତିକରଣ କରଯିବ। ଯାହାଦ୍ୱାରା ରଥଖଳାକୁ ସାଧାରଣ ଲୋକଙ୍କ ପ୍ରବେଶକୁ ରୋକାଯାଇ ପାରିବ । ସମସ୍ତଙ୍କ ଲାଗି ମାସ୍କ ବାଧ୍ୟତାମୂଳକ ସହ ନିୟମିତ ବ୍ୟବଧାନରେ ରଥଖଳାକୁ ସାନିଟାଇଜ୍  କରିବାକୁ ପରିଚାଳନା କମିଟି ସଦସ୍ୟମାନେ ପ୍ରସ୍ତାବ ରଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos