ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଫଟୋ

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ। ବେଙ୍ଗାଲୁରୁର ଜଣେ ମହିଳା ପର୍ଯ୍ୟଟକ ଶ୍ରୀମନ୍ଦିର ଫଟୋ ଭାଇରାଲ୍ କରିଛନ୍ତି। ସେ ଶ୍ରୀମନ୍ଦିରର ଫଟୋ ଉଠାଇ ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ଏହି ମହିଳାଙ୍କ ନାଁ ମେଘା ଲୁଥ୍ରା। ସେ ଇଣ୍ଡିଗୋ ଏୟାର ଲାଇନ୍ସରେ କ୍ୟାବିନ କ୍ରିଉ ଭାବେ କାର୍ଯ୍ୟ କରନ୍ତି। ଶ୍ରୀମନ୍ଦିରକୁ ମୋବାଇଲ୍ ନେବା ଉପରେ କଟକଣା ଥିବା ସତ୍ତ୍ୱେ ବାରମ୍ବାର ହେଉଛି ଫଟୋ ଭାଇରାଲ୍ ହେଉଛି। ଏହା ପୂର୍ବରୁ ଗତ […]

temple

Jitendra Garnayak
  • Published: Sunday, 04 November 2018
  • , Updated: 04 November 2018, 07:54 AM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ। ବେଙ୍ଗାଲୁରୁର ଜଣେ ମହିଳା ପର୍ଯ୍ୟଟକ ଶ୍ରୀମନ୍ଦିର ଫଟୋ ଭାଇରାଲ୍ କରିଛନ୍ତି। ସେ ଶ୍ରୀମନ୍ଦିରର ଫଟୋ ଉଠାଇ ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି।

ଏହି ମହିଳାଙ୍କ ନାଁ ମେଘା ଲୁଥ୍ରା। ସେ ଇଣ୍ଡିଗୋ ଏୟାର ଲାଇନ୍ସରେ କ୍ୟାବିନ କ୍ରିଉ ଭାବେ କାର୍ଯ୍ୟ କରନ୍ତି।

ଶ୍ରୀମନ୍ଦିରକୁ ମୋବାଇଲ୍ ନେବା ଉପରେ କଟକଣା ଥିବା ସତ୍ତ୍ୱେ ବାରମ୍ବାର ହେଉଛି ଫଟୋ ଭାଇରାଲ୍ ହେଉଛି।

ଏହା ପୂର୍ବରୁ ଗତ ମାସ ୮ ତାରିଖରେ ପୁରୀର ଜଣେ ପୁଲିସ୍ କର୍ମଚାରୀ ଶ୍ରୀମନ୍ଦିରର ଫଟୋ ଉଠାଇ ନିଜ ଫେସ୍‌ବୁକ୍‌ରେ ପୋଷ୍ଟ୍‌ କରିଥିଲେ। ସେ ବାଇଶି ପାହାଚରେ ପିଣ୍ଡଦାନ କରିବା ସମୟର ଫଟୋ ସହିତ ବେଢ଼ାରେ ଛିଡ଼ା ହୋଇ ଉଠାଇଥିବା ଫଟୋକୁ ଫେସ୍‌ବୁକ୍‌ରେ ପୋଷ୍ଟ୍ କରି ସେ ଫସି ଯାଇଥିଲେ। ଏହି ଘଟଣା ପରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିଲା।

Related story