ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର, ସକାଳ ସାଢ଼େ ୭ରୁ ଜଗା ଦର୍ଶନ

ପୁରୀ(ଓଡ଼ିଶା ରିପୋର୍ଟର): ଖୁବ୍‌ ଶୀଘ୍ର ହେବାକୁ ଯାଉଛି ଅପେକ୍ଷାର ଅନ୍ତ। ଆଉ ମାତ୍ର ଦିନକ ପରେ ଅର୍ଥାତ ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଦୀର୍ଘ ମାସ ହେବ ନିଜ ପ୍ରଭୁଙ୍କ ଦର୍ଶନ ପାଇଁ ଆତୁର ହୋଇ ଚାହିଁ ରହିଥିବା ଭକ୍ତକୁ ମିଳିଛି ଆଶ୍ୱସ୍ତି। କିନ୍ତୁ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତୁତି ନେଇ ସୂଚନା ଦେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି, ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ୨୬ରୁ […]

puri

puri

Niharika Rout
  • Published: Monday, 21 December 2020
  • Updated: 21 December 2020, 02:12 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଖୁବ୍‌ ଶୀଘ୍ର ହେବାକୁ ଯାଉଛି ଅପେକ୍ଷାର ଅନ୍ତ। ଆଉ ମାତ୍ର ଦିନକ ପରେ ଅର୍ଥାତ ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଦୀର୍ଘ ମାସ ହେବ ନିଜ ପ୍ରଭୁଙ୍କ ଦର୍ଶନ ପାଇଁ ଆତୁର ହୋଇ ଚାହିଁ ରହିଥିବା ଭକ୍ତକୁ ମିଳିଛି ଆଶ୍ୱସ୍ତି।

କିନ୍ତୁ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତୁତି ନେଇ ସୂଚନା ଦେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି, ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ। ସହରବାସୀଙ୍କ ଦର୍ଶନ ନିମନ୍ତେ କିନ୍ତୁ  ୱାର୍ଡୱାରୀ ବ୍ୟବସ୍ଥା କରାଯିବ।

ଲୋକସଂଖ୍ୟା ଦେଖି କେଉଁଦିନ କେଉଁ ୱାର୍ଡବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ ତାହା ନିର୍ଦ୍ଧାରଣ ହେବ। ଏଥିନିମନ୍ତେ ୱାର୍ଡବାସୀଙ୍କୁ ଟୋକନ ମିଳିବ। ଦୈନିକ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁଯୋଗ ଦିଆଯିବ । ଆଧାର କାର୍ଡ ଏବଂ ଟୋକନ ଦେଖାଇଲା ପରେ  ପ୍ରବେଶ ଅନୁମତି ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଏହାପରେ ଆସନ୍ତା ୩ ତାରିଖରୁ ସାଧାରଣ ଦର୍ଶନାର୍ଥୀଙ୍କୁ ଦର୍ଶନ ଅନୁମତି ମିଳିବ । ସକାଳ ସାଢ଼େ ୭ଟାରୁ ରାତି ପହୁଡ଼ ଯାଏ ଦର୍ଶନ ସୁଯୋଗ ମିଳିବ। ଦର୍ଶନ ପାଇଁ ଆସୁଥିବା ଲୋକେ କୋଭିଡ଼ ନେଗେଟିଭ ଦେଖାଇବା ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos