ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବେଳର ଫଟୋ ଭାଇରାଲ୍

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହୋଇଛି। ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବେଳେ ଫଟୋଟି ଉଠାଯାଇଛି, ଯାହା ଭାଇରାଲ୍ ହୋଇଛି। ମୋବାଇଲ୍‌ରେ ଏ ଫଟୋ ଉଠାଯାଇଛି। କଟକଣା ସତ୍ତ୍ୱେ ମନ୍ଦିର ଭିତରକୁ ସେମାନେ କିପରି ମୋବାଇଲ୍ ନେଇ ପଶିଗଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଗତ ଜୁନ୍ ୨୦ ତାରିଖରେ ଶ୍ରୀମନ୍ଦିର ଜଗମୋହନରେ  ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ପଇତା ତିଆରି ହେଉଥିବାର ଦୃଶ୍ୟ ଭାଇରାଲ୍‌ ହୋଇଥିଲା। ସୋଶାଲ୍ ମିଡିଆରେ ଜଣେ […]

puritemple

Jyoshna Pradhan
  • Published: Sunday, 06 October 2019
  • , Updated: 06 October 2019, 08:46 AM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହୋଇଛି। ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବେଳେ ଫଟୋଟି ଉଠାଯାଇଛି, ଯାହା ଭାଇରାଲ୍ ହୋଇଛି। ମୋବାଇଲ୍‌ରେ ଏ ଫଟୋ ଉଠାଯାଇଛି। କଟକଣା ସତ୍ତ୍ୱେ ମନ୍ଦିର ଭିତରକୁ ସେମାନେ କିପରି ମୋବାଇଲ୍ ନେଇ ପଶିଗଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଗତ ଜୁନ୍ ୨୦ ତାରିଖରେ ଶ୍ରୀମନ୍ଦିର ଜଗମୋହନରେ  ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ପଇତା ତିଆରି ହେଉଥିବାର ଦୃଶ୍ୟ ଭାଇରାଲ୍‌ ହୋଇଥିଲା। ସୋଶାଲ୍ ମିଡିଆରେ ଜଣେ ପାଟରା ସେବାୟତ ଏହି ଦୃଶ୍ୟକୁ ଭାଇରାଲ୍ କରିଥିଲେ। ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସଂପୃକ୍ତ ପାଟରା ସେବାୟତଙ୍କୁ ପାଟରା ନିଯୋଗ ପକ୍ଷରୁ ନିଲମ୍ବନ କରାଯାଇଥିଲା।

 

Related story