ପୁରୀ ଟ୍ରେନ୍ ପୋଡ଼ି ଘଟଣା: ଅଭିଯୁକ୍ତ ସୁବାସକୁ ଜେରା କରିବାକୁ ଭୁବନେଶ୍ୱରରେ ଏନଆଇଏ ଏସପି

ଭୁବନେଶ୍ୱର: ପୁରୀ ଷ୍ଟେସନରେ ଟ୍ରେନ ପୋଡ଼ି ଘଟଣାରେ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସଠାରୁ ଅଧିକ ତଥ୍ୟ ହାସଲ କରିବା ଲାଗି ଶନିବାର  ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏନ୍ଆଇଏ ଏସପି ପ୍ରଶାନ୍ତ କୁମାର ସୁବାସ। ଅଭିଯୁକ୍ତ ସୁବାସର କେଉଁ  ସଂଗଠନ ସହ ଲିଙ୍କ ରହିଛି କି ନାହିଁ, କିମ୍ୱା ପୂର୍ବରୁ ଦେଶର ବିଭିନ୍ନ ଷ୍ଟେସନରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ସଂପୃକ୍ତି ରହିଛି କି ନାହିଁ ସେ ନେଇ ଖୋଳତାଡ଼ କରିବେ ଏନଆଇଏ ଏସପି। ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଶାନ୍ତ କୁମାର ଜିଆରପିର ବରିଷ୍ଠ ଅଧିକାରୀଙ୍କ […]

NIA SP

Rakesh Mallick
  • Published: Saturday, 28 November 2015
  • , Updated: 28 November 2015, 02:31 PM IST

ଭୁବନେଶ୍ୱର: ପୁରୀ ଷ୍ଟେସନରେ ଟ୍ରେନ ପୋଡ଼ି ଘଟଣାରେ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସଠାରୁ ଅଧିକ ତଥ୍ୟ ହାସଲ କରିବା ଲାଗି ଶନିବାର  ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏନ୍ଆଇଏ ଏସପି ପ୍ରଶାନ୍ତ କୁମାର ସୁବାସ। ଅଭିଯୁକ୍ତ ସୁବାସର କେଉଁ  ସଂଗଠନ ସହ ଲିଙ୍କ ରହିଛି କି ନାହିଁ, କିମ୍ୱା ପୂର୍ବରୁ ଦେଶର ବିଭିନ୍ନ ଷ୍ଟେସନରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ସଂପୃକ୍ତି ରହିଛି କି ନାହିଁ ସେ ନେଇ ଖୋଳତାଡ଼ କରିବେ ଏନଆଇଏ ଏସପି। ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଶାନ୍ତ କୁମାର ଜିଆରପିର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରାଥମିକ ଯାଞ୍ଚ ସହ ପୁରା ଘଟଣା ଓ ମୁଖ୍ୟ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନଙ୍କ ସଂପର୍କରେ ବି ତଥ୍ୟ ହାସଲ କରିଛନ୍ତି।
୩ ଦିନିଆ ରିମାଣ୍ଡରେ ନେବା ପରେ ରେଳବାଇ ପୋଲିସ ସୁବାସକୁ ଭୁବନେଶ୍ୱର ଆଣିଛି। ଏହି ରିମାଣ୍ଡ ଅବଧି ଭିତରେ ସୁବାସର ପଲିଗ୍ରାଫ୍ ଟେଷ୍ଟ କରାଯିବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, ପୁରୀ ଷ୍ଟେସନରେ ଟ୍ରେନ୍ ପୋଡ଼ି ଘଟଣାର ତଦନ୍ତରେ ଏନ୍ଆଇଏକୁ ସାମିଲ ପାଇଁ ନଭେମ୍ୱର ୨୬ ତାରିଖରେ କେନ୍ଦ୍ରଗୃହ ମନ୍ତ୍ରାଳୟକୁ ସୁପାରିଶ କରିଥିଲା ରାଜ୍ୟ ପୋଲିସ୍।

Related story