ପୁରୀ ରଥକାଠ ଟ୍ରକ୍‌ ଅଟକାଇଲା ମହାବୀର ସେନା

Ordigital Desk
  • Published: Monday, 08 January 2018
  • , Updated: 08 January 2018, 12:56 PM IST
<p>ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼-ଦଶପଲ୍ଲା ବନାଞ୍ଚଳରୁ ରଥ ନିର୍ମାଣ ପାଇଁ ପୁରୀକୁ ଏବର୍ଷର ପ୍ରଥମ ରଥକାଠ ପରିବହନ କରାଯାଉଥିବା ବେଳେ ଏହାକୁ ବିରୋଧ କରିଛି ଦଶପଲ୍ଲା ମହାବୀର ସେନା। ଏହାସହ ରଥକାଠ ଗାଡ଼ିକୁ ଅଟକ ରଖିଛନ୍ତି ସଂଗଠନର ସଦସ୍ୟ। ୨ଟି ଟ୍ରକରେ ଏହି ରଥକାଠ ନିଆଯାଉଥିଲା।</p> <p>ପୁରୀ ଘୋଷଯାତ୍ରାର ରଥର ଗୋଟିଏ ଚକ ପ୍ରଦାନ କରାଯାଉ ବୋଲି ସଂଗଠନ ଦାବି କରିଛି। ଦଶପଲ୍ଲା ଅଞ୍ଚଳରେ ଜଙ୍ଗଲ ଲୋପ ପାଉଥିବା ବେଳେ ନୂତନ ଜଙ୍ଗଲ ସୃଷ୍ଟି କରାଯାଉ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।</p>

Related story