ମାଲକାନଗିରି(ଜିତେନ୍ଦ୍ର ବେଉରା): ଘର ଆଗରେ ଛିଡ଼ା ହୋଇଥିବା ଅଟୋରେ ପଶିଗଲା ଅଜଗର। ଏହା ଦେଖି ଛାନିଆ ହୋଇ ଯାଇଥିବା ପରିବାର ଲୋକେ ସ୍ନେକ ହେଲପ୍ ଲାଇନ୍କୁ ଖବର ଦେଲେ। ସ୍ନେକ ହେଲପ ଲାଇନର ସଦସ୍ୟ ପହଞ୍ଚି ବହୁ କଷ୍ଟରେ ଅଟୋ ଇଞ୍ଜିନରୁ ଏକ ୬ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କଲେ। ଏପରି ଅଭାବନୀୟ ଘଟଣା ମାଲକାନଗିରି ନିକଟସ୍ଥ ଏମଭି-୭ ଗ୍ରାମରେ ଘଟିଛି।
ଏମଭି-୭ ଗ୍ରାମର ଜଣେ ବ୍ୟକ୍ତି ନିଜ ଘର ସମ୍ମୁଖରେ ଅଟୋ ରଖିଥିଲେ। ଏହି ସମୟରେ ଏକ ଅଜଗର ସାପ ଅଟୋରେ ପଶିବାର ସ୍ଥାନୀୟ ଲୋକେ ଦେଖିଲେ। ଏହାଦେଖି ସମସ୍ତେ ଭୟଭୀତ ହୋଇ ଯାଇଥିବା ବେଳେ ତୁରନ୍ତ ସ୍ନେକ ହେଲପ୍ ଲାଇନ୍କୁ ସଦସ୍ୟ ସ୍ନେହାଶିଷଙ୍କୁ ଖବର ଦେଇଥିଲେ।
ସ୍ନେହାଶିଷ ତୁରନ୍ତ ଏମଭି-୭ ଗ୍ରାମରେ ପହଞ୍ଚି ଅଜଗରଟି ଅଟୋର ଇଞ୍ଜିନ ଭିତରେ ଗୁଡ଼ାଇ ହୋଇ ରହିଥିବା ଦେଖିବାକୁ ପାଇଲେ। ଏହାପରେ ବହୁ କଷ୍ଟରେ ସାପଟିକୁ ଅଟୋର ଇଞ୍ଜିନ ଭିତରୁ ଉଦ୍ଧାର କରିଥିଲେ ।
ସାପଟିର ଲମ୍ବ ପ୍ରାୟ ୬ଫୁଟର ଥିବା ବେଳେ ଓଜନ ୧୫ କିଲୋ ରହିଥିଲା। ଅଜଗରକୁ ଉଦ୍ଧାର କରିବା ପରେ ତାକୁ ନିକଟସ୍ତ ଜଂଗଲରେ ଛାଡି ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।