କ୍ୱାରେଣ୍ଟାଇନ କାଳିକୁ ନେଇ ଉଠିଲା ଆପତ୍ତି: ବିଏମସିକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରୁଥିବା ଯାତ୍ରୀଙ୍କ ହାତରେ ‘କାଳି’ ଲଗାଯିବାକୁ ନେଇ ଯାତ୍ରୀମାନେ ଆପତ୍ତି ଉଠାଇବା ପରେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କ ଆଂଚଳିକ ନିର୍ବାହୀ ନିର୍ଦ୍ଦେଶକ ଗତ ସପ୍ତାହରେ ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଉ ଏହା ଉପରେ ତୁରନ୍ତ ପଦକ୍ଷେପ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମକୁ ଅବଗତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଭାରତୀୟ ବିମାନ ବନ୍ଦ ପ୍ରାଧିକରଣର ଆଂଚଳିକ ନିର୍ବାହୀ ନିର୍ଦ୍ଦେଶକ […]

8nb-2

8nb-2

Tapas Behera
  • Published: Wednesday, 26 August 2020
  • Updated: 26 August 2020, 08:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରୁଥିବା ଯାତ୍ରୀଙ୍କ ହାତରେ ‘କାଳି’ ଲଗାଯିବାକୁ ନେଇ ଯାତ୍ରୀମାନେ ଆପତ୍ତି ଉଠାଇବା ପରେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କ ଆଂଚଳିକ ନିର୍ବାହୀ ନିର୍ଦ୍ଦେଶକ ଗତ ସପ୍ତାହରେ ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଉ ଏହା ଉପରେ ତୁରନ୍ତ ପଦକ୍ଷେପ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମକୁ ଅବଗତ କରାଯାଇଛି।
ମିଳିଥିବା

ସୂଚନା ଅନୁସାରେ ଭାରତୀୟ ବିମାନ ବନ୍ଦ ପ୍ରାଧିକରଣର ଆଂଚଳିକ ନିର୍ବାହୀ ନିର୍ଦ୍ଦେଶକ ଅଗଷ୍ଟ ୧୭ତାରିଖରେ ରାଜ୍ୟ ପରିବହନ ବିଭାଗକୁ ଚିଠି ଲେଖି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରୁଥିବା ଯାତ୍ରୀଙ୍କୁ କ୍ୱାରେଣ୍ଟାଇନରେ ରହିବା ନିମନ୍ତେ ଲଗାଯାଉଥିବା ଷ୍ଟାମ୍ପ ଯୋଗୁ ସ୍କିନ ଇନଫେକ୍ସନ(ଚର୍ମ ସଂକ୍ରମଣ ବା ଘା’) ହେଉଥିବା ସମ୍ପର୍କରେ ବହୁ ଅଭିଯୋଗ ଆସିଥିବା ନେଇ ସୂଚିତ କରିଥିଲେ। ଏହି ଚିଠି ଉପରେ ପଦକ୍ଷେପ ନେଇ ରାଜ୍ୟ ସରକାର ଅଗଷ୍ଟ ୨୪ତାରିଖରେ ଉଭୟ ବିଏମସି ଅତିରିକ୍ତ କମିଶନର ଓ କୋଲକାତାସ୍ଥିତ ବିମାନ ବନ୍ଦର ପ୍ରାଧିକରଣ ଆଂଚଳିକ ମୁଖ୍ୟାଳୟକୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କୋଭିଡ୍ ସଂକ୍ରମଣ ଯୋଗୁ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରୁଥିବା ଯାତ୍ରୀଙ୍କ ହାତରେ କ୍ୱାରେଣ୍ଟାଇନରେ ରହିବା ନିମନ୍ତେ  ଷ୍ଟାମ୍ପ ଲଗାଯାଉଥିଲା। ଯାହାର କାଳି ଯୋଗୁ ହାତରେ ଘା’ ହେଉଥିବା ନେଇ ଯାତ୍ରୀମାନେ ଗତ ଜୁନ ମାସଠୁ ଅଭିଯୋଗ କରି ଆସୁଛନ୍ତି। ଏପରିକି ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ବାରମ୍ବାର ଖବର ପ୍ରକାଶ ପାଇଛି।  ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଯାତ୍ରୀମାନେ ବାରମ୍ବାର ଅଭିଯୋଗ କରିବା ପରେ ଆଂଚଳିକ ନିର୍ବାହୀ ନିର୍ଦ୍ଦେଶକ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି। ତେବେ କ୍ୱାରେଣ୍ଟାଇନ ଷ୍ଟାମ୍ପ୍ କାଳିରେ ପରିବର୍ତ୍ତନ ହେବ ନା ସମ୍ପୂର୍ଣ୍ଣ ହେବ ଅବାପୁଣି ଅନ୍ୟ କୌଣସି ଫର୍ମାଟରେ ଏହାକୁ ଲାଗୁ କରାଯିବ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos