ପୁରୀ ଫେରୁଥିବା ପ୍ରବାସୀଙ୍କ ପାଇଁ କ’ଣ ରହିଛି କ୍ୱାରେଣ୍ଟାଇନ ନିୟମ, ଜାଣନ୍ତୁ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଫେରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ୭ ଦିନିଆ ସରକାରୀ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଏହା ଗ୍ରାମାଞ୍ଚଳ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ । ସାତ ଦିନିଆ ସରକାରୀ କ୍ୱାରେଣ୍ଟିନରେ ରହିବା ପରେ ଯଦି ଲକ୍ଷଣ ଦେଖା ନ ଦିଏ ତେବେ ସେମାନେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଆଉ ୧୪ଦିନ ରହିପାରିବେ । ଘରେ ସୁବିଧା ନଥିବା ବ୍ୟକ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁମତି ନେଇ ସେହି ୧୪ ଦିନ […]

puri-1--1

Niharika Rout
  • Published: Wednesday, 27 May 2020
  • , Updated: 27 May 2020, 10:58 AM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଫେରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ୭ ଦିନିଆ ସରକାରୀ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଏହା ଗ୍ରାମାଞ୍ଚଳ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ । ସାତ ଦିନିଆ ସରକାରୀ କ୍ୱାରେଣ୍ଟିନରେ ରହିବା ପରେ ଯଦି ଲକ୍ଷଣ ଦେଖା ନ ଦିଏ ତେବେ ସେମାନେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଆଉ ୧୪ଦିନ ରହିପାରିବେ । ଘରେ ସୁବିଧା ନଥିବା ବ୍ୟକ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁମତି ନେଇ ସେହି ୧୪ ଦିନ ମଧ୍ୟ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିପାରିବେ।

ସେହିଭଳି ସହରାଞ୍ଚଳକୁ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନେ ଘରେ ସୁବିଧା ଥିଲେ ୨୧ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିପାରିବେ । ନଚେତ ପେଡ୍ କ୍ୱାରେଣ୍ଟାଇନ୍‌ କିମ୍ବା ସରକାରୀ କ୍ୱାରେଣ୍ଟାଇନ୍‌ରେ ୧୪ ଦିନ ରହିପାରିବେ । ଏହା ସହ ପରବର୍ତ୍ତୀ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବେ । ସମସ୍ତ ପ୍ରବାସୀ ଫେରନ୍ତା ଆରୋଗ୍ୟ ଆପ୍ ବ୍ୟବହାର କରିବା ବାଧ୍ୟତା ମୂଳକ ରହିଛି ।

Related story