ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛରେ ଗଣଶିକ୍ଷା ମନ୍ତ୍ରୀ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‍‍ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ଏଥିରେ ଛନ୍ଦି ହୋଇଯାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏହି ଘଟଣାରେ ତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ନୁହେଁ। ତାଙ୍କୁ ହତ୍ୟା କରା ଯାଇଥାଇପାରେ। ଆଉ ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ରହିଛି। ପ୍ରଭାତୀ […]

minister

  • Published: Saturday, 24 September 2022
  • , Updated: 24 September 2022, 03:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‍‍ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ଏଥିରେ ଛନ୍ଦି ହୋଇଯାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏହି ଘଟଣାରେ ତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ନୁହେଁ। ତାଙ୍କୁ ହତ୍ୟା କରା ଯାଇଥାଇପାରେ। ଆଉ ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ରହିଛି।

ପ୍ରଭାତୀ କହିଛନ୍ତି, ଗତ ୧୫ ଦିନ ତଳେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଦିନ ହେବ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସ୍ତ୍ରୀଙ୍କ ସହ ଝଗଡ଼ା କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଥିଲା । ଧର୍ମେନ୍ଦ୍ର ସାହୁଙ୍କ ଘରେ ଉଠିଥିବା ପାରିବାରିକ ଝଡ଼ର କେନ୍ଦ୍ରବିନ୍ଦୁ ମନ୍ତ୍ରୀ ସମୀର ଦାଶ ବୋଲି ସମସ୍ତେ ଜାଣନ୍ତି ।

ଯଦି, ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥାନ୍ତେ, ତା’ହେଲେ ତାଙ୍କ ପାଖରେ ଥିବା ଭିଡିଓ କାହିଁକି ସାର୍ବଜନୀନ କଲେ ନାହିଁ ? କେହି ତାଙ୍କ ପାଖରେ ଭିଡିଓ ଥିବା କଥା ଜାଣି ହତ୍ୟା କରିନାହିଁ ତ ? ଏଭଳି କିଛି ସନ୍ଦେହ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପ୍ରଭାତୀ ପରିଡ଼ା। ଏହା ସହିତ ତୁରନ୍ତ ମନ୍ତ୍ରୀଙ୍କୁ  ତଦନ୍ତ ପରିସରକୁ ନେବା ସହ ମନ୍ତ୍ରୀ ପରିଷଦରୁ ତାଙ୍କୁ ବାଦ୍ ଦେବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ଉପରେ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବାରମ୍ବାର ପଚରାଯିବା ସତ୍ତ୍ୱେ ଗଣମାଧ୍ୟମ ସମ୍ମୁଖରେ ମନ୍ତ୍ରୀ କେବଳ କହିଛନ୍ତି ଯେ ଏହି ଘଟଣା ସଂପର୍କରେ ସେ କିଛି ଜାଣି ନାହାନ୍ତି।

ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣା ସଂପର୍କରେ ସୂଚନା ପାଇ ଏଡିସିପି ପ୍ରକାଶ ପାଲ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।  ସେ କହିଛନ୍ତି, ଘରଟି (ଯେଉଁଠାରୁ ଧର୍ମେନ୍ଦ୍ରଙ୍କ ମୃତଦେହ ମିଳିଥିଲା) ଦୀର୍ଘ ଦିନରୁ ବନ୍ଦ ରହିଥିଲା। ଏଠାରେ କେହି ରହୁନଥିଲେ । ଆମେ ଏଯାଏ କିଛି ପାଇନୁ। ତଦନ୍ତ କରାଯାଉଛି । ସବୁ ଦିଗରୁ ତଦନ୍ତ କରାଯାଇ ସତ୍ୟକୁ ପଦାକୁ ଅଣାଯିବ। ଏପରିକି ପୁଲିସ୍‌ କିଛି ଚାପିବନି ବୋଲି ବି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଘଟଣାରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ହେଉଥିବା ବେଳେ ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ଏଡିସିପି କହିଛନ୍ତି।

କୁଆଡ଼େ ଗଲା ଧର୍ମେନ୍ଦ୍ରଙ୍କ ଫୋନ୍?

‘ମୋ ଫୋନ୍ ଦୁଇଟିରେ ସବୁ ଭିଡିଓ ରହିଛିତାକୁ ଲୋକଲୋଚନକୁ ଆଣିବି’ ବୋଲି କହି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ତେବେ ତାଙ୍କ ମୋବାଇଲ ଦୁଇଟି ମିଳୁ ନାହିଁ। ତାଙ୍କ ମୋବାଇଲ କିଏ ନେଲା, ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। କାରଣ ପୁଲିସ୍‌ କୌଣସି ମୋବାଇଲ ଜବତ କରି ନ ଥିବା କହୁଥିବା ବେଳେ ପରିବାର ଲୋକେ ବି ଧର୍ମେନ୍ଦ୍ରଙ୍କ ମୋବାଇଲ ପାଇ ନ ଥିବା କହିଛନ୍ତି। ତେଣୁ ଧର୍ମେନ୍ଦ୍ରଙ୍କ ମୋବାଇଲ ୨ଟି କୁଆଡ଼େ ଗଲା ଓ ସେଥିରେ କେଉଁ କେଉଁ ତଥ୍ୟ ଲୁଚି ରହିଛି, ତାକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। 

ଏହାବାଦ ଧର୍ମେନ୍ଦ୍ରଙ୍କ ଘର ନିକଟରେ ଥିବା ସିସିଟିଭି ଖରାପ ଥିବା ପୁଲିସ୍‌ ଅଧିକାରୀ କହିଛନ୍ତି। ତେଣୁ ପୁଲିସ୍‌ କିପରି ତଥ୍ୟ ସଂଗ୍ରହ କରି ଘଟଣାର ସତ୍ୟାସତ୍ୟ ବାହାର କରିବ ତାହା ଏବେ ପ୍ରଶ୍ନବାଚୀ । 

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଧର୍ମେନ୍ଦ୍ର ଘରକୁ ଫେରିଥିଲେ। ଏହାପରେ ସେ ନିଜ ବାଲକୋନୀରେ ବେକରେ ଗାମୁଛା ଗୁଡ଼ାଇ ହୋଇ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି। ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ  ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତଦେହକୁ ପୁଲିସ୍ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କେଉଁଥିପାଇଁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ, ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

Related story