ସାମନାକୁ ଆସିଲା ଧର୍ମେନ୍ଦ୍ରଙ୍କ ଭିଡିଓ: ରାଜନୀତି ପାଇଁ ପରିବାରରେ ଉଠିଛି ଝଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ସାମନାକୁ ଆସିଛି ତାଙ୍କର ଏକ ଭିଡିଓ।  ଏହି ଭିଡିଓ ଧର୍ମେନ୍ଦ୍ରଙ୍କ ମୃତ୍ୟୁର କିଛି ଦିନ ପୂର୍ବର ବୋଲି ଚର୍ଚ୍ଚା ହେଉଛି। ଏହି ଭିଡିଓରେ ଧର୍ମେନ୍ଦ୍ର ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବା ନେଇ କୌଣସି ସୂଚନା ଦେଇ ନାହାନ୍ତି। ତେବେ ରାଜନୈତିକ ପ୍ରସଙ୍ଗକୁ ନେଇ […]

bbsr

bbsr

Niharika Rout
  • Published: Saturday, 24 September 2022
  • Updated: 24 September 2022, 12:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ସାମନାକୁ ଆସିଛି ତାଙ୍କର ଏକ ଭିଡିଓ।  ଏହି ଭିଡିଓ ଧର୍ମେନ୍ଦ୍ରଙ୍କ ମୃତ୍ୟୁର କିଛି ଦିନ ପୂର୍ବର ବୋଲି ଚର୍ଚ୍ଚା ହେଉଛି। ଏହି ଭିଡିଓରେ ଧର୍ମେନ୍ଦ୍ର ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବା ନେଇ କୌଣସି ସୂଚନା ଦେଇ ନାହାନ୍ତି। ତେବେ ରାଜନୈତିକ ପ୍ରସଙ୍ଗକୁ ନେଇ ନିଜ ବ୍ୟକ୍ତିଗତ ଜୀବନରେ ଉଠୁଥିବା ଝଡ଼ଝଞ୍ଜା ସମ୍ପର୍କରେ ସେ ସାମାନ୍ୟ ଆଭାସ ଦେଇଛନ୍ତି।

ନିଜ ଭିଡିଓରେ ଧର୍ମେନ୍ଦ୍ର କହିଛନ୍ତି, ଅସୁସ୍ଥତା ହେତୁ ମୁଁ ବହୁ ଦିନ ହସ୍ପିଟାଲରେ ଆଡମିଟ ହୋଇଥିଲି । ଏହା ମଧ୍ୟରେ ମୋ’ ନାଁରେ ସୋଶାଲ ମିଡିଆରେ ବହୁ ଗୁଜବ ଶୁଣିବାକୁ ମିଳୁଛି। ମୋ’ ନାଁରେ ଯେଉଁ ଗୁଜବ ଉଠିଥିଲା, ତାର ଗୋଟିଏ ପ୍ରମାଣ ଦେଲେ ମୁଁ ରାଜନୀତିରୁ ଦୂରେଇ ଯିବି। ଆଉ ସାମାଜିକ କାର୍ଯ୍ୟକ୍ରମରେ ବି ଦେଖାଦେବିନି।

ଏଥିସହ ସେ କହିଛନ୍ତି, ମୋ’ ପାରିବାରିକ ଜୀବନ ଏବେ ସାମାନ୍ୟ ହୋଇନାହିଁ। କିଛି ରାଜନୈତିକ ପ୍ରସଙ୍ଗ ଯୋଗୁ ମୋ’ ପରିବାରରେ ଝଡ଼ ସୃଷ୍ଟି ହୋଇଛି। ଅଯଥା କଳହ ସୃଷ୍ଟି ହେଉଛି। ମୋ’ ନାଁରେ ମିଥ୍ୟା ଅପପ୍ରଚାର କରାଯାଉଛି। ହେଲେ ଏହା ପଛରେ କିଏ ଅଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି ଧର୍ମେନ୍ଦ୍ର ।

ଏକ ଖବରକାଗଜର ସାମ୍ବାଦିକ ମୋ’ ନାଁରେ ମିଥ୍ୟା ଖବର ଛାପି ମୋ ମାନ ସମ୍ମାନ ଉପରେ ଆଞ୍ଚ ଆଣିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର। ତେବେ ସାମ୍ବାଦିକଜଣକ କେଉଁ ଖବରକାଗଜର ଓ କ’ଣ ଛାପିଛନ୍ତି ସେ ନେଇ କିଛି ଉଲ୍ଲେଖ କରି ନାହାନ୍ତି। କିନ୍ତୁ ଏଥିନିମନ୍ତେ ହାଇକୋର୍ଟ ଓ ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟ ଯିବାକୁ ପଛାଇବି ନାହିଁ ବୋଲି କହିଛନ୍ତି। ମୋ’ ସାମାଜିକ ପ୍ରତିଷ୍ଠାରେ ଯେ ଆଞ୍ଚ ଆଣିଛନ୍ତି, ତାଙ୍କୁ ଏହାର ବହୁ ଗୁଣଠୁ ଅଧିକ ଭରଣା ଦେବାକୁ ପଡ଼ିବ ବୋଲି ବି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ ବାସଭବନରୁ ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ଧର୍ମେନ୍ଦ୍ର ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି।  ଏଥିସହ ମୃତ୍ୟୁ ପୂର୍ବରୁ ନିଜ ଫେସବୁକ୍‌ ପେଜ୍‌ରେ ଧର୍ମେନ୍ଦ୍ର କରିଥିବା ପୋଷ୍ଟକୁ ନେଇ ବଢ଼ିଛି ସସ୍‌ପେନ୍ସ। ପୁଲିସ୍‌ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।  ତେବେ ଏ ଯାଏ ଧର୍ମେନ୍ଦ୍ରଙ୍କ ଫୋନ୍‌ ମିଳି ନ ଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।

ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ପଛର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଟଙ୍କା ଓ ମଦ ପାଇଁ ତାଙ୍କ ପରିବାରରେ ବାରମ୍ବାର ଅଶାନ୍ତି ସୃଷ୍ଟି ହେଉଥିଲା ବୋଲି କହିଛନ୍ତି ତାଙ୍କ ଶ୍ୱଶୁର। ଏପରିକି ଜ୍ୱାଇଁ ସବୁବେଳେ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ଝିଅକୁ ନିର୍ଯାତନା ଦେଉଥିବା ବି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ତେବେ ଝିଅଜ୍ୱାଇଁଙ୍କ ଘର ସଜାଡ଼ିବା ପାଇଁ ଏନେଇ ସେ ଥାନାରେ କେବେ ଅଭିଯୋଗ କରି ନ ଥିବା ସେ କହିଛନ୍ତି।

ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ । ସେ ନିମାପଡ଼ା ଅଞ୍ଚଳରେ ଜଣେ ଜଣାଶୁଣା, ଟାଣୁଆ ନେତା ଥିଲେ। ସେ ଦୀର୍ଘ ଦିନ କଂଗ୍ରେସରେ ରହିବା ପରେ ଗତ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ସେ ବିଜେଡି ଟିକେଟରେ ନିମାପଡ଼ା ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେ ଭୁବନେଶ୍ୱରରେ ବ୍ୟବସାୟ କରିବା ସହ ପତ୍ନୀ ଓ ପୁଅଙ୍କ ସହ ଭୁବନେଶ୍ୱରରେ ରହୁଥିଲେ ।

https://youtu.be/6ipScrJoUxE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story